
ବଲାଙ୍ଗିର, ୧ ମାର୍ଚ୍ଚ (ହି.ସ.)- କଳିଙ୍ଗ ବଡି ବିଲଡିଂ ଏସୋସିଏସନ ବଲାଙ୍ଗିର ଜିଲ୍ଲା ଶାଖା ତରଫରୁ ଆୟୋଜିତ ହୋଇଥିବା ଇମ୍ପାରିୟାଲ କ୍ଲାସିକ ରାଜ୍ୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଉଦ୍ଯାପନ ହୋଇଯାଇଛି । ଏହି ଚମ୍ପିୟାନସିପ୍ ରାଜ୍ୟର ୧୯ଟି ଜିଲ୍ଲାର ୧୨୫ ଜଣ ଖେଳାଳି ୭ଟି ଓଜନ ବିଭାଗ, ପୁରୁଷ ଫିଡିକ୍ ରେ ଦୁଇଟି ବିଭାଗ ଓ ମାଷ୍ଟର କେଟାଗୋରି ରେ ଗୋଟିଏ ବିଭାଗ ସହ ମହିଳା ବିଭାଗରେ ମଧ୍ୟ ପ୍ରତିଯୋଗିତା ହୋଇଥିଲା । ଜାତୀୟ ସ୍ତର ବିଚାରକ ସନ୍ତୋଷ ମହାନ୍ତି, ବାଳକୃଷ୍ଣ ବାଗ, ଏମ୍.କେ. ସ୍ୱାଇଁ ଓ ଅମିତାବ ପରିଡା ଙ୍କ ଦ୍ୱାରା ଗଠିତ ହୋଇଥିବା ବିଚାରକ ମଣ୍ଡଳି ପ୍ରତିଯୋଗୀମାନଙ୍କର ପ୍ରଦର୍ଶନ କୁ ଆକଳନ କରିଥିଲେ । ଏହି ପ୍ରତିଯୋଗିତାରେ ପୁରୁଷ ଚମ୍ପିୟାନ ଅଫ୍ ଚମ୍ପିୟାନ ଟ୍ରଫି କଳାହାଣ୍ଡିର ଦେବେନ୍ଦ୍ର ନାଏକ ହାସଲ କରିଥିବା ବେଳେ ମହିଳା ବିଭାଗରେ ସମ୍ବଲପୁରର ଉର୍ମିଳା ବେହେରା ଚମ୍ପିୟାନ ଅଫ୍ ଚମ୍ପିୟାନ ଅଖ୍ୟା ହାସଲ କରିଥିଲେ । ଦିନ ତମାମ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତା ମେନ୍ ଫିଜିକ୍ ବିଭାଗରେ ଯାଜପୁରର ଲକ୍ଷ୍ମୀଧର ସାହୁ ପ୍ରଥମ, ବଲାଙ୍ଗିରର ଅଭିଷେକ ବିଭାର ଦ୍ୱିତୀୟ, କଟକର ବିଷ୍ଣୁ ବେହେରା ତୃତୀୟ ସ୍ଥାନ ହାସଲ କରିଥିଲେ । ମେନ୍ ଫିଜିକ୍ ଟଲ କେଟାଗୋରିରେ ସମ୍ବଲପୁରର ତରୁଣ ମହାକୁର ପ୍ରଥମ, ରାୟଗଡା ର ଡି.ଭେଙ୍କଟ ପ୍ରସାଦ ଦ୍ୱିତୀୟ, ଭଦ୍ରକର ଦିପକ କୁମାର ଦାଶ ତୃତୀୟ ସ୍ଥାନ ହାସଲ କରିଥିଲେ । ମହିଳା ବିଭାଗରେ ସମ୍ବଲପୁରର ଉର୍ମିଳା ବେହେରା ପ୍ରଥମ, ବଲାଙ୍ଗିର ର ଶିବାନୀ ନାଏକ ଦ୍ୱିତୀୟ, ସମ୍ବଲପୁର ର ପୂଜା ଗୁପ୍ତା ତୃତୀୟ, ରାୟଗଡାର ସସ୍ମିତା ମାଝି ଚତୁର୍ଥ ଏବଂ ନୂଆପଡାର ଯାଜ୍ଞସେନି ପଣ୍ଡା ପଂଚମ ସ୍ଥାନ ଅଧିକାର କରିଥିଲେ । ସେହିପରି ୫୫ କେଜିିରୁ କମ୍ ଓଜନ ବର୍ଗରେ ପୁରୀ ର ଆଦିତ୍ୟ ନାରାୟଣ ରଣା ପ୍ରଥମ, ସମ୍ବଲପୁର ର ଅକ୍ଷୟ କୁମ୍ଭାର ଦ୍ୱିତୀୟ, ଝାରସୁଗୁଡାର ଆଶୁ କୁମାର କେଶରି ତୃତୀୟ ସ୍ଥାନ ହାସଲ କରିଥିଲେ । ୬୦ କେଜିରୁ କମ୍ ବୟସ ବର୍ଗରେ କଳାହାଣ୍ଡିର ଦେବେନ୍ଦ୍ର ନାଏକ ପ୍ରଥମ, କେନ୍ଦ୍ରାପଡାର ତନମୟ ସାହୁ ଦ୍ୱିତୀୟ ଓ ବଲାଙ୍ଗିର ର ଅଭିଷେକ ବିଭାର ତୃତୀୟ ସ୍ଥାନ ହାସଲ କରିଥିଲେ । ୬୫ କେଜିରୁ କମ୍ ଓଜନ ବର୍ଗରେ ଯାଜପୁର ର ଚନ୍ଦନ ବିଶ୍ୱାଲ ପ୍ରଥମ, ବଲାଙ୍ଗିର ର ବୁଲୁ ବାଗ ଦ୍ୱିତୀୟ, ସମ୍ବଲପୁର ର ଜୟନ୍ତ ବାଗ ତୃତୀୟ ସ୍ଥାନ ହାସଲ କରିଥିଲେ । ୭୦ କେଜିରୁ କମ୍ ଓଜନ ବର୍ଗରେ ପୁରୀର ବିଜୟ ବଡପଣ୍ଡା ପ୍ରଥମ, ରାୟଗଡା ର ଡି.ଭେଙ୍କଟପ୍ରସାଦ ଦ୍ୱିତୀୟ, କଟକ ର ସାଗର ସ୍ୱାଇଁ ତୃତୀୟ ସ୍ଥାନ ହାସଲ କରିଥିଲେ । ୭୫ କିଜିରୁ କମ୍ ଓଜନ ବର୍ଗରେ ସମ୍ବଲପୁର ର ପ୍ରକାଶ ସିଂ ପ୍ରଥମ, ଯାଜପୁରର ଲକ୍ଷ୍ମୀଧର ସାହୁ ଦ୍ୱିତୀୟ, ବଲାଙ୍ଗିର ର ଗଣେଷ ମିଶ୍ର ତୃତୀୟ ସ୍ଥାନ ହାସଲ କରିଥିଲେ । ଠିକ୍ ସେହିପରି ୭୫ କେଜି ରୁ ଉର୍ଦ୍ଧ୍ୱ ଓଜନ ବର୍ଗରେ ସମ୍ବଲପୁରର ଶଙ୍କର ମେହେର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଖୋର୍ଦ୍ଧାର ରଘୁ ମାରାଣ୍ଡି ଦ୍ୱିତୀୟ ସ୍ଥାନ ଏବଂ ଯାଜପୁରର ମାନସ କୁମାର ବାରିକ ତୃତୀୟ ସ୍ଥାନ ହାସଲ କରିଥିଲେ ।
ପୁରସ୍କାର ବିତରଣୀ ଉତ୍ସବରେ ବଲାଙ୍ଗିର ର ବରିଷ୍ଠ ଆଇନଜ୍ଞ ସମରେନ୍ଦ୍ର ମିଶ୍ର, ଶିକ୍ଷାବିତ ସକିର୍ତ୍ତନ ବାଗ, ଅର୍ଜୁନ ଦିପ, କୃଷ୍ଣ ଚନ୍ଦ୍ର ପାତ୍ର, ଗୋପାଳ କୃଷ୍ଣ ବାଗ, କେବିବିଏ ର ରାଜ୍ୟ ସଂପାଦକ ସନ୍ତୋଷ ମହାନ୍ତି, ଆୟଜନ କମିଟି ସଂପାଦକ ବାଳକୃଷ୍ଣ ବାଗ ପ୍ରମୁଖ କୃତି ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ