ଭଦ୍ରକ ଜିଲ୍ଲାରେ ଏଲ୍ପିଜି ଯୋଗାଣ ସ୍ଥିତିର ସମୀକ୍ଷା ବୈଠକ, ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିତରକ ଓ ତେଲ କମ୍ପାନୀ ଅଧିକାରୀଙ୍କ ସହ ଆଲୋଚନା
ଭଦ୍ରକ, ୧୪ ମାର୍ଚ୍ଚ (ହି.ସ.) - ଭଦ୍ରକ ଜିଲ୍ଲାରେ ଏଲ୍ପିଜି ଗ୍ୟାସ୍ର ଉପଲବ୍ଧତା ଓ ଯୋଗାଣ ସ୍ଥିତି ସମ୍ବନ୍ଧରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଯାଇଛି। ଜିଲ୍ଲାରେ ପ୍ରାୟ ୪.୫ ଲକ୍ଷ ଏଲ୍ପିଜି ଉପଭୋକ୍ତା ଥିବା ବେଳେ ଯୋଗାଣ ବ୍ୟବସ୍ଥାକୁ ସୁଚାରୁ ରଖିବା ନେଇ ବିଭିନ୍ନ ପ୍ରସ
BHADRAK DIST. LPG SAMIKHYA BAITHAK


ଭଦ୍ରକ, ୧୪ ମାର୍ଚ୍ଚ (ହି.ସ.) - ଭଦ୍ରକ ଜିଲ୍ଲାରେ ଏଲ୍ପିଜି ଗ୍ୟାସ୍ର ଉପଲବ୍ଧତା ଓ ଯୋଗାଣ ସ୍ଥିତି ସମ୍ବନ୍ଧରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଯାଇଛି। ଜିଲ୍ଲାରେ ପ୍ରାୟ ୪.୫ ଲକ୍ଷ ଏଲ୍ପିଜି ଉପଭୋକ୍ତା ଥିବା ବେଳେ ଯୋଗାଣ ବ୍ୟବସ୍ଥାକୁ ସୁଚାରୁ ରଖିବା ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଜିଲ୍ଲାରେ ବର୍ତମାନ ୨୭ଟି ଏଲ୍ପିଜି ବିତରକ ଏବଂ ୬୩ଟି ଏମ୍ଏସ୍ ଓ ଏଚ୍ଏସ୍ଡି ଖୁଦ୍ର ବିକ୍ରେତା କାର୍ଯ୍ୟରତ ଥିବା ସୂଚନା ବୈଠକରେ ଦିଆଯାଇଥିଲା। ଜିଲ୍ଲାପାଳ ସାପ୍ତାହିକ ସମୀକ୍ଷା ବୈଠକ ସହିତ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଯୋଗାଣ ସ୍ଥିତି ଉପରେ ନିୟମିତ ଭାବେ ନଜର ରଖୁଥିବା କଥା କହିଥିଲେ। ଏହି ସମୀକ୍ଷାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) , ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ,ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଓ ଉପଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ। ବୈଠକରେ ହିନ୍ଦୁସ୍ଥାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ ଓ ଭାରତ ପେଟ୍ରୋଲିୟମ୍ କର୍ପୋରେସନ ଲିମିଯେଡ୍ ର ଦୁଇଜଣ ବିକ୍ରୟ ଅଧିକାରୀ ଉପସ୍ଥିତ ରହି ଜିଲ୍ଲାରେ ଏଲ୍ପିଜି ଯୋଗାଣ ସମ୍ପର୍କିତ ତଥ୍ୟ ଦେଇଥିଲେ। ଜିଲ୍ଲା ଯୋଗାଣ ଅଧିକାରୀ, ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସମ୍ପୃକ୍ତ ବିଭାଗର ପରୀକ୍ଷକମାନେ ବୈଠକରେ ଯୋଗଦେଇ ଜିଲ୍ଲାରେ ଗ୍ୟାସ୍ ଯୋଗାଣକୁ ସୁଚାରୁ ରଖିବା ନେଇ ଆବଶ୍ୟକ ମତାମତ ରଖିଥିଲେ। ଜନସାଧାରଣଙ୍କୁ ନିୟମିତ ଓ ବିଘ୍ନବିହୀନ ଭାବରେ ଏଲ୍ପିଜି ଯୋଗାଣ ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ କର୍ମକର୍ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande