
ଭୁବନେଶ୍ୱର, 15 ମାର୍ଚ୍ଚ (ହି.ସ.) ରାଜ୍ୟର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଦିଲ୍ଲୀରୁ ଭୁବନେଶ୍ୱର ଫେରିବେ। ସେ ସନ୍ଧ୍ୟା ସାଢ଼େ ୮ଟା ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ ବୋଲି ଦଳୀୟ ସୂତ୍ରରୁ ମିଳିଛି ।
ସ୍ୱାସ୍ଥ୍ୟ ସମସ୍ୟା ହେତୁ ମନ୍ତ୍ରୀ ସୁରେଶ ପୂଜାରୀ ଚିକିତ୍ସା ପାଇଁ ଦିଲ୍ଲୀ ଯାଇଥିଲେ। ଚିକିତ୍ସା ପରେ ସେ ବର୍ତ୍ତମାନ ସୁସ୍ଥ ହୋଇଥିବାରୁ ରାଜଧାନୀକୁ ଫେରୁଛନ୍ତି।ଆସନ୍ତାକାଲି ହେବାକୁ ଥିବା ରାଜ୍ୟସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସେ ଦିଲ୍ଲୀରୁ ଫେରୁଥିବା ଜଣାପଡ଼ିଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ