ଡ୍ରୋନ୍ ଆକ୍ରମଣ ପରେ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ବନ୍ଦ, କାଠମାଣ୍ଡୁରୁ ସମସ୍ତ ଉଡାଣ ବାତିଲ୍
କାଠମାଣ୍ଡୁ, ୧୬ ମାର୍ଚ୍ଚ (ହି.ସ.)- ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ବନ୍ଦ ହେବା ପରେ, କାଠମାଣ୍ଡୁରୁ ଦୁବାଇକୁ ସମସ୍ତ ଉଡାଣ ବାତିଲ କରାଯାଇଛି । ନେପାଳର ସମସ୍ତ ଏୟାରଲାଇନ ଯାତ୍ରୀମାନଙ୍କୁ ବିମାନବନ୍ଦରକୁ ନ ଆସିବାକୁ ଏବଂ ଏୟାରଲାଇନ୍ସର ୱେବସାଇଟ୍ ମାଧ୍ୟମରେ ସେମାନଙ୍କର ଟିକେଟ ସମ୍ବନ୍ଧିୟ ବ୍ୟବସ୍
ଡ୍ରୋନ୍ ଆକ୍ରମଣ ପରେ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ବନ୍ଦ, କାଠମାଣ୍ଡୁରୁ ସମସ୍ତ ଉଡାଣ ବାତିଲ୍


କାଠମାଣ୍ଡୁ, ୧୬ ମାର୍ଚ୍ଚ (ହି.ସ.)- ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ବନ୍ଦ ହେବା ପରେ, କାଠମାଣ୍ଡୁରୁ ଦୁବାଇକୁ ସମସ୍ତ ଉଡାଣ ବାତିଲ କରାଯାଇଛି । ନେପାଳର ସମସ୍ତ ଏୟାରଲାଇନ ଯାତ୍ରୀମାନଙ୍କୁ ବିମାନବନ୍ଦରକୁ ନ ଆସିବାକୁ ଏବଂ ଏୟାରଲାଇନ୍ସର ୱେବସାଇଟ୍ ମାଧ୍ୟମରେ ସେମାନଙ୍କର ଟିକେଟ ସମ୍ବନ୍ଧିୟ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ।

ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଫେବୃଆରୀ ୨୮ ତାରିଖରୁ ଦୁବାଇ ବିମାନବନ୍ଦର ଛଅ ଦିନ ପାଇଁ ବନ୍ଦ ଥିଲା । ଏହି ସମୟ ମଧ୍ୟରେ, କାଠମାଣ୍ଡୁରୁ ଦୁବାଇ ଏବଂ ସମସ୍ତ ଉପସାଗରୀୟ ଦେଶକୁ ଉଡ଼ାଣ ସ୍ଥଗିତ କରାଯାଇଥିଲା । ଯୁଦ୍ଧ ଆରମ୍ଭ ହେବା ପରଠାରୁ ଉପସାଗରୀୟ ଅଂଚଳରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ବିଶେଷକରି, ଉପସାଗରୀୟ ଦେଶଗୁଡ଼ିକରେ ଥିବା ଆମେରିକୀୟ କୂଟନୈତିକ ମିଶନ ଏବଂ ସାମରିକ ଘାଟି ଓ ତୈଳ ଭିତିଭୂମି, ବନ୍ଦର, ବିମାନବନ୍ଦର, ହୋଟେଲ, ଆବାସିକ ଏବଂ କାର୍ଯ୍ୟାଳୟ କୋଠାଗୁଡ଼ିକୁ ଟାର୍ଗେଟ କରାଯାଇଛି ।

ସୋମବାର ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଏକ ଡ୍ରୋନ୍ ଆକ୍ରମଣରେ ଏକ ଇନ୍ଧନ ଟାଙ୍କିରେ ନିଆଁ ଲାଗିଯାଇଥିଲା । ଏହା ପରେ, ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ପାଇଁ ବିମାନବନ୍ଦରକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି । ଫ୍ଲାଏ ଦୁବାଇ, ନେପାଳ ଏୟାରଲାଇନ୍ସ ଏବଂ ହିମାଳୟ ଏୟାରଲାଇନ୍ସ ସୋମବାର ଦିନ ଦୁବାଇରୁ କାଠମାଣ୍ଡୁକୁ ଉଡ଼ାଣ ନିର୍ଦ୍ଧାରିତ କରିଥିଲେ । ଏହା ସହିତ କାଠମାଣ୍ଡୁରୁ ଦୁବାଇକୁ ଉଡ଼ାଣ କରିବାକୁ ଥିବା ଫ୍ଲାଏ ଦୁବାଇ, ଏମିରେଟ୍ସ, ହିମାଳୟ ଏୟାରଲାଇନ୍ସ ଏବଂ ନେପାଳ ଏୟାରଲାଇନ୍ସ ସେମାନଙ୍କର ଉଡ଼ାଣ ସ୍ଥଗିତ ରଖିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande