
ଭୁବନେଶ୍ୱର, ୧୮ ମାର୍ଚ୍ଚ (ହି.ସ)- କନଷ୍ଟେବଲ ରଶ୍ମିତା ସାହୁ ଜଳକ୍ରୀଡାରେ ଜାପାନରେ ଆୟୋଜିତ ଏସିଆନ୍ ଗେମ୍ସ ପାଇଁ ନିଜ ସ୍ଥାନ ସୁନିଶ୍ଚିତ କରିଛନ୍ତି। ବର୍ତମାନ ସେ ଉତରାଖଣ୍ଡର ଟେହରି ପାହାଡ଼ ଅଂଚଳରେ କଠୋର ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି ଏବଂ ଆନ୍ତର୍ଜାତୀୟ ମଂଚରେ ଦେଶ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ଅଛନ୍ତି। ଓଡ଼ିଶା ପୋଲିସ୍ ତାଙ୍କର ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛି। ଓଡ଼ିଶା ପୋଲିସ୍ ପକ୍ଷରୁ ଏକ୍ସ ମାଧ୍ୟରେ ଏହି ସୂଚନା ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା