ଓଡ଼ିଶା ସିଭିଲ୍ ସର୍ଭିସ ଭଲିବଲ୍ ଟିମ୍ ର ଦିଲ୍ଲୀ ଯାତ୍ରା
ଭୁବନେଶ୍ୱର, ୧୮ ମାର୍ଚ୍ଚ (ହି.ସ)- ଦିଲ୍ଲୀର ପିତାମ୍ପୁରାଠାରେ ଆସନ୍ତା ୨୦ରୁ ୨୫ ତାରିଖ ପର୍ଯ୍ୟନ୍ତ ସର୍ବଭାରତୀୟ ସିଭିଲ୍ ସର୍ଭିସ୍ ଭଲିବଲ୍ ଟୁର୍ଣ୍ଣାମେଂଟ ଆୟୋଜନ କରାଯାଉଛି। ଏହି ଟୁର୍ଣ୍ଣାମେଂଟରେ ଯୋଗଦେବା ପାଇଁ ଓଡ଼ିଶା ସିଭିଲ୍ ସର୍ଭିସ୍ ଭଲିବଲ୍ ଟିମ୍ ର ସଦସ୍ୟମାନେ ବୁଧବାର ଦିଲ୍ଲୀ ଯାତ୍ରା କରିଛ
ju


ଭୁବନେଶ୍ୱର, ୧୮ ମାର୍ଚ୍ଚ (ହି.ସ)- ଦିଲ୍ଲୀର ପିତାମ୍ପୁରାଠାରେ ଆସନ୍ତା ୨୦ରୁ ୨୫ ତାରିଖ ପର୍ଯ୍ୟନ୍ତ ସର୍ବଭାରତୀୟ ସିଭିଲ୍ ସର୍ଭିସ୍ ଭଲିବଲ୍ ଟୁର୍ଣ୍ଣାମେଂଟ ଆୟୋଜନ କରାଯାଉଛି। ଏହି ଟୁର୍ଣ୍ଣାମେଂଟରେ ଯୋଗଦେବା ପାଇଁ ଓଡ଼ିଶା ସିଭିଲ୍ ସର୍ଭିସ୍ ଭଲିବଲ୍ ଟିମ୍ ର ସଦସ୍ୟମାନେ ବୁଧବାର ଦିଲ୍ଲୀ ଯାତ୍ରା କରିଛନ୍ତି । ଏହି ଦଳରେ ପ୍ରଶିକ୍ଷକ ଓ ମ୍ୟାନେଜରଙ୍କୁ ମିଶାଇ ମୋଟ ୧୬ ଜଣ ସଦସ୍ୟ ଯାତ୍ରା କରିଛନ୍ତି ।

କେନ୍ଦ୍ରୀୟ ସିଭିଲ୍ ସର୍ଭିସ୍ ସାଂସ୍କୃତିକ ଓ କ୍ରୀଡ଼ା ବୋର୍ଡ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗୀତାରେ ଦେଶର ସମସ୍ତ ରାଜ୍ୟର ସିଭିଲ୍ ସର୍ଭିସ୍ ଟିମ୍ ଭାଗନେବେ। ଓଡ଼ିଶା ପକ୍ଷରୁ ଏହି ଟୁର୍ଣ୍ଣାମେଂଟରେ ଚନ୍ଦନ କୁମାର ମଣ୍ଡଳ, ନାରାୟଣ ଦାସ, ଜଳେନ୍ଦ୍ର କୁମାର ପ୍ରିବକା, ଅକ୍ଷୟ କୁମାର ମିଶ୍ର, ଆଶୁତୋଷ ତ୍ରିପାଠୀ, ପ୍ରକାଶ ଚନ୍ଦ୍ର ବେହେରା, ଆଶିଷ ବେହେରା, ଜଗନ୍ନାଥ ପ୍ରସାଦ ବଳ, ପାର୍ଥସାରଥି ଜେନା,ରଶ୍ମିରଞ୍ଜନ ଦାସ, ଅବିନାଶ ଜେନା, ବିଚିତ୍ର ପ୍ରଧାନ, ରାଜେଶ ସେନାପତି ପ୍ରମୁଖ ଭାଗନେବେ । ଏହି ଦଳରେ ପ୍ରଶିକ୍ଷକ ଭାବେ ପ୍ରକାଶ ଚନ୍ଦ୍ର ରଥ ଏବଂ ମ୍ୟାନେଜର ଭାବେ ପୂର୍ଣ୍ଣଚନ୍ଦ୍ର ଷଡ଼ଙ୍ଗୀ ଖେଳାଳୀମାନଙ୍କ ସହ ମଧ୍ୟ ଦିଲ୍ଲୀ ଯାତ୍ରା କରିଛନ୍ତି।

ଭୁବନେଶ୍ୱର ରେଲେୱ ଷ୍ଟେସନ୍ ଠାରେ ବରିଷ୍ଠ ଅଧିକାରୀଗଣ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉତମ କ୍ରୀଡ଼ାନୈପୁଣ୍ୟ ପାଇଁ ଶୁଭକାମନା ଜ୍ଞାପନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande