ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ନମନ କଲେ ପିଏମ ମୋଦି
ନୂଆଦିଲ୍ଲୀ, 30 ମାର୍ଚ୍ଚ (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ମହାନ ସ୍ୱାଧୀନତା ସେନାନୀ ଶ୍ୟାମଜୀ କୃଷ୍ଣ ବର୍ମାଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ କହିଛନ୍ତି ଯେ, ଶ୍ୟାମଜୀ କୃଷ୍ଣ ବର୍ମା ତାଙ୍କର କ୍ରାନ୍ତିକାରୀ ଚିନ୍ତା
ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ନମନ କଲେ ପିଏମ ମୋଦି


ନୂଆଦିଲ୍ଲୀ, 30 ମାର୍ଚ୍ଚ (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର

ମହାନ ସ୍ୱାଧୀନତା ସେନାନୀ ଶ୍ୟାମଜୀ କୃଷ୍ଣ ବର୍ମାଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି

ଜଣାଇଛନ୍ତି। ସେ କହିଛନ୍ତି ଯେ,

ଶ୍ୟାମଜୀ କୃଷ୍ଣ

ବର୍ମା ତାଙ୍କର କ୍ରାନ୍ତିକାରୀ ଚିନ୍ତାଧାରା ଦ୍ୱାରା ସ୍ୱାଧୀନତା ଆନ୍ଦୋଳନରେ ନୂତନ ଚେତନା

ସୃଷ୍ଟି କରିଥିଲେ ଏବଂ ତାଙ୍କର ଜୀବନ ଦେଶର ପ୍ରତ୍ୟେକ ପିଢ଼ୀକୁ ରାଷ୍ଟ୍ରସେବା ପାଇଁ ପ୍ରେରିତ

କରିବ।

ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ କହିଛନ୍ତି, “ଭାରତ ମାତାଙ୍କର

ଏହି ବୀର ସପୁତଙ୍କୁ ତାଙ୍କର ପୁଣ୍ୟତିଥିରେ ସାଦର ନମନ। ତାଙ୍କର ଚିନ୍ତାଧାରା ଏବଂ ଆଦର୍ଶ

ସ୍ୱାଧୀନତା ସଂଗ୍ରାମର ଇତିହାସରେ ସର୍ବଦା ଅଭୁଲା ରହିବ।” ପ୍ରଧାନମନ୍ତ୍ରୀ ଅନ୍ୟ ଏକ ପୋଷ୍ଟରେ

ଶ୍ୟାମଜୀ କୃଷ୍ଣ ବର୍ମାଙ୍କ ଜୀବନକୁ ସାହସ ଏବଂ ଦୃଢ଼ ସଙ୍କଳ୍ପର ଅଦ୍ଭୁତ ପ୍ରେରଣା ଭାବେ

ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କର ଜୀବନ ଦେଶବାସୀଙ୍କ ମନରେ ରାଷ୍ଟ୍ର ପ୍ରତି ନିଜ କର୍ତ୍ତବ୍ୟ

ପାଳନର ଭାବନାକୁ ମଧ୍ୟ ଜାଗୃତ କରେ।

ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ସୁଭାଷିତ ମଧ୍ୟ ସେୟାର କରିଛନ୍ତି—

“ବିଚିତ୍ରଚରିତୋଲ୍ଲେଖଚମତ୍କାରିତଚେତନମ୍। ପ୍ରାପ୍ୟତେ କିଂ ଯଶଃ

ଶୁଭ୍ରମନଙ୍ଗୀକୃତ୍ୟ ସାହସମ୍॥”

ଏହାର ଅର୍ଥ ହେଉଛି, ଯେଉଁ ବ୍ୟକ୍ତି ସାହସ ଦେଖାଉନଥାଏ, ବିପଦ ଗ୍ରହଣ କରୁନଥାଏ ଏବଂ ଅସାଧାରଣ କାମ କରିବାକୁ

ଚେଷ୍ଟା କରୁନଥାଏ, ସେ କେବେ ମଧ୍ୟ

ଏମିତି ଯଶ ଅର୍ଜନ କରିପାରିବ ନାହିଁ ଯାହା ଲୋକମାନଙ୍କ ମନକୁ ପ୍ରଭାବିତ କରେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande