ଦିଲ୍ଲୀ ମେଟ୍ରୋ ପୋଷ୍ଟର ମାମଲାରେ ଆତଙ୍କବାଦୀ ସଙ୍ଗଠନର ସଂଚାଳକ ଗିରଫ
ନୂଆଦିଲ୍ଲୀ, 30 ମାର୍ଚ୍ଚ (ହି.ସ.)। ରାଜଧାନୀ ଦିଲ୍ଲୀର ଚର୍ଚ୍ଚିତ ମେଟ୍ରୋ ପୋଷ୍ଟର ମାମଲାରେ ସୁରକ୍ଷା ଏଜେନ୍ସିକୁ ବଡ଼ ସଫଳତା ମିଳିଛି। ଦିଲ୍ଲୀ ପୁଲିସର ସ୍ପେସିଆଲ୍ ସେଲ୍ ଟିମ୍ ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୈବା ସହିତ ସଂପୃକ୍ତ ମଡ୍ୟୁଲର ସଂଚାଳକ ଶବୀର ଅହମଦଙ୍କୁ
ଦିଲ୍ଲୀ ମେଟ୍ରୋ ପୋଷ୍ଟର ମାମଲାରେ ଆତଙ୍କବାଦୀ ସଙ୍ଗଠନର ସଂଚାଳକ     ଗିରଫ


ନୂଆଦିଲ୍ଲୀ, 30 ମାର୍ଚ୍ଚ (ହି.ସ.)। ରାଜଧାନୀ ଦିଲ୍ଲୀର ଚର୍ଚ୍ଚିତ ମେଟ୍ରୋ

ପୋଷ୍ଟର ମାମଲାରେ ସୁରକ୍ଷା ଏଜେନ୍ସିକୁ ବଡ଼ ସଫଳତା ମିଳିଛି। ଦିଲ୍ଲୀ ପୁଲିସର ସ୍ପେସିଆଲ୍ ସେଲ୍

ଟିମ୍ ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୈବା ସହିତ ସଂପୃକ୍ତ ମଡ୍ୟୁଲର ସଂଚାଳକ ଶବୀର ଅହମଦଙ୍କୁ

ଗିରଫ କରିଛି।

ପୁଲିସ ସୂତ୍ର ଅନୁସାରେ, ଶବୀର ଅହମଦ ଲୋନ୍ ସମ୍ପ୍ରତି ସାମ୍ନାକୁ ଆସିଥିବା ମେଟ୍ରୋ ପୋଷ୍ଟର

ଘଟଣାରେ ସକ୍ରିୟ ଆତଙ୍କବାଦୀ ଗୋଷ୍ଠୀର ସଂଚାଳନ କରୁଥିଲେ। ତଦନ୍ତରେ ଜଣାପଡ଼ିଛି ଯେ, ସେ ଗୋଷ୍ଠୀ

ସଦସ୍ୟମାନଙ୍କୁ ନିର୍ଦ୍ଦେଶ ଦେବା ଏବଂ ସେମାନଙ୍କ କାର୍ଯ୍ୟକଳାପର ସମନ୍ୱୟ କରିବାରେ

ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିଲେ।

ଅଧିକାରୀମାନଙ୍କ କହିବା ଅନୁସାରେ, ଅଭିଯୁକ୍ତଙ୍କ ଗିରଫ ଦ୍ୱାରା ଏହି ନେଟୱର୍କ ସହିତ

ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ସୂତ୍ର ମିଳିବାର ସମ୍ଭାବନା ରହିଛି। ଏବେ ତାକୁ ପଚରାଉଚରା

ଜାରି ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande