ନର୍ଲା ବିଧାୟିକାଙ୍କ ମନ୍ତବ୍ୟକୁ ବିଜେପିର ନିନ୍ଦା, ବାଚସ୍ପତିଙ୍କ ହସ୍ତକ୍ଷେପ ଦାବି
ଭୁବନେଶ୍ୱର, 30 ମାର୍ଚ୍ଚ (ହି.ସ.)- ଶୂନ୍ୟକାଳରେ ଉଠିଲା ନର୍ଲା ବିଧାୟିକାଙ୍କ ସାମ୍ବାଦିକ ସମ୍ମିଳନୀ ପ୍ରସଙ୍ଗ। ଗୃହରେ ବିଧାୟିକାଙ୍କ ବ୍ୟବହାର ପ୍ରସଙ୍ଗ ଉଠାଇଲେ ବିଧାୟକ ସନାତନ ବିଜୁଳି, ଅଶୋକ ମହାନ୍ତି । ନର୍ଲା ବିଧାୟିକା ସାମ୍ବାଦିକ ସମ୍ମିଳନୀ କରି ପୋଲିସକୁ ଚାପୁଡ଼ା ମାରିବ
ନର୍ଲା ବିଧାୟିକାଙ୍କ ମନ୍ତବ୍ୟକୁ ବିଜେପିର ନିନ୍ଦା, ବାଚସ୍ପତିଙ୍କ     ହସ୍ତକ୍ଷେପ ଦାବି


ଭୁବନେଶ୍ୱର, 30 ମାର୍ଚ୍ଚ (ହି.ସ.)- ଶୂନ୍ୟକାଳରେ ଉଠିଲା ନର୍ଲା ବିଧାୟିକାଙ୍କ ସାମ୍ବାଦିକ

ସମ୍ମିଳନୀ ପ୍ରସଙ୍ଗ। ଗୃହରେ ବିଧାୟିକାଙ୍କ ବ୍ୟବହାର ପ୍ରସଙ୍ଗ ଉଠାଇଲେ ବିଧାୟକ ସନାତନ ବିଜୁଳି, ଅଶୋକ ମହାନ୍ତି ।

ନର୍ଲା ବିଧାୟିକା ସାମ୍ବାଦିକ ସମ୍ମିଳନୀ କରି ପୋଲିସକୁ ଚାପୁଡ଼ା

ମାରିବାକୁ ଧମକ ଦେବା ଦେଇଛନ୍ତି । ସେ ଜଣେ ବିଧାୟିକା ହୋଇ ଏପରି ମନ୍ତବ୍ୟ ଦେଇଥିବାରୁ ଏହାକୁ

ନିନ୍ଦା କରିଛି ବିଜେପି । ତେଣୁ ଏ ଘଟଣାରେ ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡିଛି ବିଜେପି । ଘଟଣାର

ତଦନ୍ତ କରାଯାଉ । ଆଇନର ଉର୍ଦ୍ଧ୍ବରେ କେହି ନାହାନ୍ତି ବୋଲି ବିଜେପି କହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande