
ଭୁବନେଶ୍ୱର, 30 ମାର୍ଚ୍ଚ (ହି.ସ.)-ଆୟୁଷ୍ମାନ ନିୟମ ମାନୁ ନାହାନ୍ତି ଘରୋଇ ହସ୍ପିଟାଲ । ଆୟୁଷ୍ମାନ ଭାରତର ନିୟମ ପାଳନରେ ଅନିୟମିତତା ହୋଇଛି ।
ଏପରି 11 ଟି ଘରୋଇ ହସ୍ପିଟାଲ
ବିରୋଧରେ 56 ଟି ଅଭିଯୋଗ ଆସିଛି
। ପ୍ରତି ଅଭିଯୋଗର କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ସେଥିରୁ 10ଟି ହସ୍ପିଟାଲ
ନିଲମ୍ବନ ହୋଇଥିବାବେଳେ ଗୋଟେ ହସ୍ପିଟାଲକୁ ଜରିମାନା କରାଯାଇଛି । ଏନେଇ ଗୃହରେ ସ୍ୱାସ୍ଥ୍ୟ
ମନ୍ତ୍ରୀ ମୁକେଶ ମହାଲିଙ୍ଗ ଲିଖିତ ଉତ୍ତର ରଖିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା