ବିଜେପି ଅଧ୍ୟକ୍ଷ ନୀତୀନ ନବୀନ ବିହାର ବିଧାନସଭାର ସଦସ୍ୟତାରୁ ଇସ୍ତଫା
ପାଟଣା, 30 ମାର୍ଚ୍ଚ (ହି.ସ.)। ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିହାର ବିଧାନସଭାର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ସେ ବିଧାନସଭାରେ ପଟନାର ବାଙ୍କିପୁର ଅଞ୍ଚଳର ପ୍ରତିନିଧିତ୍ୱ କରୁଥିଲେ। ସେ ସୋସିଆଲ୍ ମିଡିଆରେ ଏକ ଭାବୁକ ବାର୍ତ୍ତା ସେୟାର
ବିଜେପି ଅଧ୍ୟକ୍ଷ ନୀତୀନ ନବୀନ ବିହାର ବିଧାନସଭାର ସଦସ୍ୟତାରୁ     ଇସ୍ତଫା


ପାଟଣା, 30 ମାର୍ଚ୍ଚ

(ହି.ସ.)। ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିହାର ବିଧାନସଭାର

ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ସେ ବିଧାନସଭାରେ ପଟନାର ବାଙ୍କିପୁର ଅଞ୍ଚଳର ପ୍ରତିନିଧିତ୍ୱ

କରୁଥିଲେ।

ସେ ସୋସିଆଲ୍ ମିଡିଆରେ ଏକ ଭାବୁକ ବାର୍ତ୍ତା ସେୟାର କରି କହିଛନ୍ତି, “ବାଙ୍କିପୁର ଏବଂ ବିହାରର ମୋ ସମସ୍ତ ପରିବାରଜନ ଏବଂ

କାର୍ଯ୍ୟକର୍ତ୍ତା ସହଯୋଗୀମାନେ, ଜାନୁଆରୀ 2006ରେ

ପିତାଜୀଙ୍କ ଆକସ୍ମିକ ଦେହାନ୍ତ ପରେ ପାର୍ଟି ମୋତେ ପାଟଣା ପଶ୍ଚିମରୁ ଉପନିର୍ବାଚନ ଲଢ଼ିବାର

ସୁଯୋଗ ଦେଇଥିଲା ଏବଂ 27 ଏପ୍ରିଲ୍ 2006ରେ ମୁଁ ପ୍ରଥମ ଥର ପାଇଁ ପାଟଣା ପଶ୍ଚିମ ଅଞ୍ଚଳରୁ

ନିର୍ବାଚିତ ହୋଇ ସାମାଜିକ ଏବଂ ରାଜନୈତିକ ଜୀବନର ଆରମ୍ଭ କରିଥିଲି। ଗତ 20 ବର୍ଷରେ ପିତା

ସ୍ୱର୍ଗତ ନବୀନ କିଶୋର ପ୍ରସାଦ ସିହ୍ନାଙ୍କ ଦ୍ୱାରା ଗଢ଼ାଯାଇଥିବା ଏହି ଅଞ୍ଚଳକୁ ପାରିବାରିକ

ଭାବରେ ସିଞ୍ଚିବା, ସଜାଡିବା ଏବଂ ବିକାଶର ପଥରେ ଆଗକୁ ନେବା ପାଇଁ

ନିରନ୍ତର ପ୍ରୟାସ କରିଛି।”

ସେ ଆହୁରି କହିଛନ୍ତି, “ମୁଁ ସର୍ବଦା ମୋ

ଅଞ୍ଚଳ ଏବଂ ବିହାରର ବିକାଶ ପାଇଁ ସମର୍ପିତ ଭାବରେ କାମ କରିଛି। ଏହାର ଫଳସ୍ୱରୂପ ଏଠାର ଦେବତୁଲ୍ୟ

ଜନତା ମୋତେ ଲଗାତାର ପାଞ୍ଚଥର ଗୃହରେ ନିଜ ପ୍ରତିନିଧି ଭାବେ ବାଛି ସେବାର ସୁଯୋଗ ଦେଇଛନ୍ତି। ଗୃହ

ଭିତରେ କିମ୍ବା ବାହାରେ, ଦୁଇଁଠିରେ ମୁଁ ମୋ

ଅଞ୍ଚଳ ଏବଂ ବିହାରର ଲୋକଙ୍କର କଥା ଉଠାଇବା ଏବଂ ସେମାନଙ୍କ ସମସ୍ୟାର ସମାଧାନ ଖୋଜିବାକୁ ପ୍ରୟାସ

କରିଛି। ବିହାର ବିଧାନସଭାର ସଦସ୍ୟ ଭାବେ ମୋତେ ସରକାରୀ ଓ ବିପକ୍ଷ ଦୁଇପକ୍ଷର ଅନେକ ବରିଷ୍ଠ

ବିଧାୟକଙ୍କଠାରୁ ବହୁତ କିଛି ଶିଖିବାର ସୁଯୋଗ ମିଳିଛି। ମୁଁ ମୋ ଅଞ୍ଚଳର ଅନେକ ଗୁରୁତ୍ୱପୂର୍ଣ୍ଣ

ବିଷୟର ସମାଧାନ ଜନତା ଏବଂ କାର୍ଯ୍ୟକର୍ତ୍ତାଙ୍କର ପରାମର୍ଶରେ କରିଛି।”

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande