
ମାଲକାନଗିରି,୪ ମାର୍ଚ୍ଚ (ହି.ସ.)
ଗାଁର ନାଁ ବରଗୁଡ଼ା ମୌଳିକ ସୁବିଧା ସୁଯୋଗ ଅଭାବରୁ ଲୋକେ କିନ୍ତୁ ଏଠି ବିତାଉଛନ୍ତି ଅଭିଶପ୍ତ ଜୀବନ!ଗାଁକୁ ଯାତାୟାତ ପାଇଁ ପକ୍କା ରାସ୍ତା ଖଣ୍ଡିଏ ନାହିଁ। ପାନୀୟ ଜଳ ପାଇଁ ଚୁଆ ଭରସା ଶିକ୍ଷା ପାଇଁ ଦେଢ଼ କିମି ପାହାଡ଼ ଚଢ଼ିବାକୁ ପଡୁଥିବା ବେଳେ ଭତ୍ତା ଓ ସରକାରୀ ଯୋଜନା ପାଇଁ ହିତାଧିକାରୀଙ୍କୁ ଚାଲିବାକୁ ପଢୁଛି ୮ କିମି ରାସ୍ତା ବଣ୍ଡାଘାଟିର ବିକାଶ ପାଇଁ ଯୋଜନାର ଅଭାବ ନଥିବା ବେଳେ ସରକାରୀ ବାବୁଙ୍କ ଅବହେଳା କାରଣରୁ ବିକାଶଠୁ ବହୁ ଦୂରରେ ରହିଛି ବରଗୁଡ଼ା ଗାଁ!
ଖଇରପୁଟ ବ୍ଲକ୍ ମୁଦୁଲିପଡ଼ା ପଞ୍ଚାୟତ ଅଧୀନରେ ରହିଛି ବରଗୁଡ଼ା ଗାଁ! ପଞ୍ଚାୟତ ସଦର ମହକୁମାରୁ ୮ କିମି ଦୂରରେ ଥିବା ଗାଁରେ ବସବାସ କରୁଛନ୍ତି ୩୦ ପରିବାର ଜନସଂଖ୍ୟା ୮୦ରୁ ଉର୍ଦ୍ଧ ସମସ୍ତେ ବଣ୍ଡା ସଂପ୍ରଦାୟର ଚାଷ କରି ସଭିଏଁ ଜୀବନ ଜୀବିକା ନିର୍ବାହ କରୁଥିବା ବେଳେ ସରକାରୀ ଯୋଜନାର କୌଣସି ସୁବିଧା ଏହି ଗାଁକୁ ଛୁଇଁପାରିନି!ଗାଁକୁ ପକ୍କା ରାସ୍ତା ନଥିବାରୁ ପାହାଡ଼ିଆ ରାସ୍ତା ହିଁ ଗ୍ରାମବାସୀଙ୍କ ପାଇଁ ଯାତାୟାତର ମାଧ୍ୟମ ପାଲଟିଛି ଗାଁକୁ ଆମ୍ବୁଲାନ୍ସ ପହଞ୍ଚୁ ନଥିବାରୁଅସୁସ୍ଥ ବ୍ୟକ୍ତି ଓ ଗର୍ଭବତୀଙ୍କୁ ଭାର ଓ କାଉଡ଼ିରେ ମେଡିକାଲ ନେବାକୁ ପଢୁଛି! ଭତ୍ତା ଓ ପିଡିଏସ୍ ଚାଉଳ ପାଇଁ ପାହାଡ଼ିଆ ରାସ୍ତାରେ ୮ କିମି ଚାଲିବାକୁ ପଡୁଛି ଗ୍ରାମବାସୀଙ୍କୁ! ଗାଁରେନଳକୂପ କିମ୍ବା ଜଳ ପ୍ରକଳ୍ପ ନଥିବାରୁ ପାନୀୟ ଜଳ ପାଇଁ ଗାଁର ମହିଳା ମାଇଲ୍ ମାଇଲ୍ ବାଟ ଚାଲି ଚୁଆରୁ ପାଣି ସଂଗ୍ରହ କରିଥାନ୍ତି। ସ୍କୁଲ୍ ଓ ଅଙ୍ଗନବାଡ଼ି କଥା ନ କହିବା ଭଲ ଦେଢ଼ କିଲୋମିଟର ପାହାଡ଼ ଚଢ଼ିଲେ ପିଣ୍ଡାଝାଙ୍କର ଗାଁରେ ସ୍କୁଲ୍ ଓ ଅଙ୍ଗନବାଡ଼ି ସୁବିଧା ରହିଛି। ଏତେ ଦୂରରେ ସ୍କୁଲ୍ ଓ ଅଙ୍ଗନବାଡ଼ି ଥିବାରୁ ପିଲାମାନେ ଦୈନିକ ଯିବା ପାଇଁ ପସନ୍ଦ କରୁନାହାନ୍ତି! ଯାତାୟାତ ସମସ୍ୟା ଲାଗି ଅଭିଭାବକ ମଧ୍ୟ ପିଲାଙ୍କୁ ବାଧ୍ୟ କରନ୍ତି ନାହିଁ ସ୍କୁଲ୍ ସମୟରେ ଘର ଓ ଚାଷ ଜମିରେ କାମ କରିଥାନ୍ତି!ଗାଁ ର
ସମସ୍ତେ ଅଶିକ୍ଷିତ ବଣ୍ଡାଘାଟିରେ ବାସ କରୁଥିବା ଏହି ବିରଳ ଜନଜାତିଙ୍କୁ ବିକାଶ ସ୍ରୋତରେ ସାମିଲ କରିବାକୁ ପ୍ରତିବର୍ଷ ରାସ୍ତା, ଶିକ୍ଷା, ସ୍ବାସ୍ଥ୍ୟ ଓ ପାନୀୟଜଳ ଭଳି ମୌଳିକ ସୁବିଧାର ଭିତ୍ତିଭୂମି ସୁଦୃଢ଼ ଲାଗି ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ହେଲେ ସରକାରୀ ବାବୁଙ୍କ କୃପା ଦୃଷ୍ଟି ବରଗୁଡ଼ା ଉପରେ ପଢୁନଥିବାରୁ ବିକାଶ ବାଟ ହୁଡୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ