
ଭୁବନେଶ୍ୱର, 04 ମାର୍ଚ୍ଚ (ହି.ସ.)- ହୋଲିର
ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରଙ୍ଗର ପର୍ବ ହୋଲି ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।
ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ହୋଲି ହେଉଛି ଆନନ୍ଦ, ଉତ୍ସାହ ଏବଂ ଭାଇଚାରାର
ପ୍ରତୀକ। ଏହି ରଙ୍ଗର ଉତ୍ସବ ଆମ ଜୀବନରେ ନୂତନ ଆଶା ଓ ସଦ୍ଭାବନା ଭରିଦେଉ। ମହାପ୍ରଭୁ
ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ପ୍ରତିଟି ଓଡ଼ିଆଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧିର ରଙ୍ଗରେ ରଙ୍ଗୀନ ହେଉ।
ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ଏହି ଅବସରରେ ମୋର ଅନୁରୋଧ, ପରିବେଶକୁ ସୁହାଇଲା ଭଳି
ପ୍ରାକୃତିକ ଓ ହର୍ବାଲ ରଙ୍ଗ ବ୍ୟବହାର କରନ୍ତୁ। ନିରାପଦରେ ରହି ଖୁସି ବାଣ୍ଟନ୍ତୁ ଏବଂ ହୋଲିକୁ
ଶାନ୍ତିପୂର୍ଣ୍ଣ ଭାବେ ଉପଭୋଗ କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା