
ଜୟପୁର, ୦୫ ମାର୍ଚ୍ଚ (ହି.ସ.) - ଜୟପୁର ସହରରେ ଧୁମ ଧାମରେ ପାଳିତ ହୋଇଛି ଭାଇଚାରାର ପର୍ବ ହୋଲି। ରାଗରୁଷା,ମାନ ଅଭିମାନ ସବୁକିଛି ଭୁଲି ହୋଲିର ରଙ୍ଗରେ ରଙ୍ଗୀନ ହୋଇଛନ୍ତି ଜନତା। ରାଜନଅର ଛକରେ ବିଜେପି ନେତା ଗୌତମ ସାମନ୍ତରାୟ,ଓ କଂଗ୍ରେସ ଭବନ ସମ୍ମୁଖରେ ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଓ କୋରାପୁଟ ଜିଲ୍ଲା କପ୍ସଗ୍ରେସ କମିଟି ସଭାପତି ରୁପକ ତୁରୁକ ନିଜ ନିଜ ସମର୍ଥକଙ୍କ ଗହଣରେ ସହରବାସୀଙ୍କ ସହ ହୋଲି ଖେଳିଛନ୍ତି। ଦଳମତ ନିର୍ବିଶେଷରେ ପରସ୍ପରକୁ ଫଗୁ ଲଗାଇ ଶାନ୍ତି ମୈତ୍ରୀ ଏବଂ ସପ୍ସପ୍ରୀତିର ବାର୍ତା ବାଂଟିଛନ୍ତି।
ସ୍ଥାନୀୟ ରାଜା ନଅର ଛକରେ ହୋଲି ଖେଳିବାକୁ ବ୍ୟବସ୍ଥା କରିଥିଲେ ବିଜେପି ନେତା ଗୌତମ। ସେଠାରେ ନିଜ ଦଳର କର୍ମୀ ଏବଂ ସହରବାସୀଙ୍କ ସହ ହୋଲି ଖେଳି ଶୁଭକାମନା ଜଣାଇଥିଲେ। ଚଳିତ ବର୍ଷ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ପୂର୍ବତନ ଗଣଶିକ୍ଷାମନ୍ତ୍ରୀ ରବିନାରାୟଣ ନନ୍ଦଙ୍କ ସ୍ୱାସ୍ଥ୍ୟ ଭଲ ନଥିବା ଯୋଗୁଁ ସେମାନ ଚଳିତ ବର୍ଷ ହୋଲି ଖେଳି ନଥିଲେ। କପ୍ସଗ୍ରେସ ଭବନରେ ପୌରାଧ୍ୟକ୍ଷ ହୋଲି ଖେଳିଥିବା ବେଳେ ରବିନନ୍ଦଙ୍କ ଘର ସମ୍ମୁଖରେ କେହିଭି ହୋଲି ଖେଳିନଥିଲେ।
ରଙ୍ଗର ଏହି ପର୍ବ ଲାଗି ଉତ୍ସବ ମୁଖର ହୋଇଉଠିଥିଲା ପୂରା ସହର। ପ୍ରଥମକରି ସହର ମୁଖ୍ୟରାସ୍ତାରେ ଶହ ଶହ ଯୁବକ ଯୁବତୀ ହୋଲି ଖେଳୁଥିବା ଦେଖିବାକୁ ମିଳିଥିଲା। ନାଚଗୀତରେ ମସଗୁଲ ହୋଇଥିଲେ ସହରବାସୀ। ଏହି ଅବସରରେ ବିଭିନ୍ନ ପିକନିଟ ସ୍ପଟ ରେ ଭୋଜିର ଆସର ଜମିଥିଲା। ଗାଧୋଇବା ସମୟରେ କୌଣସି ପ୍ରକାର ଅଘଟଣ ଯେମିତି ନଘଟିବ ସେଥିଲାଗି ସଜାଗ ହୋଇ ରହିଥିଲେ ଅଗ୍ନିଶମ କର୍ମଚାରୀ । ଗତକାଲି ସହରକିମ୍ବା ଅନ୍ୟ କୌଣସି ସ୍ଥାନରେ ଅଘଟଣ ଘଟିନଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି