ଜଗନ୍ନାଥ ସାଗର ପୁନଃଉଦ୍ଧାର ଏବଂ ପୌରସଂସ୍ଥା ବିଭିନ୍ନ ଉନ୍ନତୀମୂଳକ କାର୍ଯ୍ୟରେ ଦୁର୍ନିତୀ ବିଜେଡିର ପୌର ଅଧ୍ୟକ୍ଷଙ୍କ ବିରୋଧ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି
ଜୟପୁର, ୦୫ ମାର୍ଚ୍ଚ (ହି.ସ.) - କୋରାପୁଟ ଜିଲ୍ଲା ଜୟପୁର ପୌରସଂସ୍ଥାରେ ବ୍ୟାପକ ଦୁର୍ନିତୀ ଓ ଅନିୟମତା ନେଇ ବିଜେଡି ପକ୍ଷରୁ ଏକ ଦାବିପତ୍ର ସ୍ଥାନୀୟ ଭିଜିଲାନ୍ସ ଏସ.ପିଙ୍କୁ ପ୍ରଦାନ କରାଯାଇଛି । ବିଜେଡି ପକ୍ଷରୁ ଏହି ଦାବିପତ୍ରରେ ଦୁର୍ନତୀ ଏବଂ ସରକାରଙ୍କ ଟଙ୍କା ଅନିମୟତା ଭାବେ ଲୁଟ କରାଯାଇଥିବା ଅ
ଜଗନ୍ନାଥ ସାଗର ପୁନଃଉଦ୍ଧାର ଏବଂ ପୌରସଂସ୍ଥା ବିଭିନ୍ନ ଉନ୍ନତୀମୂଳକ କାର୍ଯ୍ୟରେ  ଦୁର୍ନିତୀ ବିଜେଡିର ପୌର ଅଧ୍ୟକ୍ଷଙ୍କ  ବିରୋଧ ତଦନ୍ତ ଓ କାର୍ଯ୍ୟାନଷ୍ଠାନ ଦାବି


ଜୟପୁର, ୦୫ ମାର୍ଚ୍ଚ (ହି.ସ.) - କୋରାପୁଟ ଜିଲ୍ଲା ଜୟପୁର ପୌରସଂସ୍ଥାରେ ବ୍ୟାପକ ଦୁର୍ନିତୀ ଓ ଅନିୟମତା ନେଇ ବିଜେଡି ପକ୍ଷରୁ ଏକ ଦାବିପତ୍ର ସ୍ଥାନୀୟ ଭିଜିଲାନ୍ସ ଏସ.ପିଙ୍କୁ ପ୍ରଦାନ କରାଯାଇଛି । ବିଜେଡି ପକ୍ଷରୁ ଏହି ଦାବିପତ୍ରରେ ଦୁର୍ନତୀ ଏବଂ ସରକାରଙ୍କ ଟଙ୍କା ଅନିମୟତା ଭାବେ ଲୁଟ କରାଯାଇଥିବା ଅଭିଯୋଗ ନେଇ ଜୟପୁର ପୌରଅଧ୍ୟକ୍ଷ ସିଧାସଳଖ ସଂପୃକ୍ତି ରହିଛନ୍ତି । ତେଣୁ ତାଙ୍କ ବିରୋଧରେ ନିରପକ୍ଷ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଜୟପୁର ସହରର ରାଜାରାଜୁଡା ସମୟର ଔତିହାସିକ ଜଗନ୍ନାଥ ସାଗରର ଉନ୍ନତୀକରଣ ନାମରେ ପୂର୍ବ ରାଜ୍ୟ ସରକାର ୯ କୋଟି ଏବଂ ବର୍ତମାନ ରାଜ୍ୟ ସରକାର ୭ କୋଟି ସମୁଦାୟ ୧୬ କୋଟି ଟଙ୍କା ପ୍ରଦାନ କରିଥିଲେ । ପୌରସଂସ୍ଥା ପକ୍ଷରୁ ଏହି କାର୍ଯ୍ୟ ଗତ ୨୦୨୪ ମସିହାରେ ଆରମ୍ଭ କରାଯାଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି)କୁ ବଣ୍ଚନ କରାଯାଇ ବିନା କାର୍ଯ୍ୟରେ ବ୍ୟାପକ ଦୁର୍ନିତୀ ଏବଂ ବେଆଇନ ଭାବେ ମିଥ୍ୟା ବିଲ ପ୍ରସ୍ତତ କରାଯାଇ କୋଟି କୋଟି ଟଙ୍କା ଆତ୍ମସାତ କରିଛନ୍ତି । ଏହିପରି କେବଳ ପୌରସଂସ୍ଥାର ୨୫ ନମ୍ବର ୱାର୍ଡ ଯାହା ପୌରଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତିଙ୍କ ନିଜସ୍ୱ ୱାର୍ଡ , ତେଣୁ ଉକ୍ତ ୱାର୍ଡର ଏସଏଚଜି ନାମରେ ୩୫ ଲକ୍ଷ ଟଙ୍କାର ବିନା ଉନ୍ନନୀମୂଳକ କାର୍ଯ୍ୟରେ ଟଙ୍କା ଉଠାଯାଇଛି ଏବଂ ଆତ୍ମସାତ କରାଯାଇଛି । ଏହିପରି ଉକ୍ତ ଏସଏଚଜିର କର୍ମକର୍ତା ଭାବେ ପୌର ଅଧ୍ୟକ୍ଷ ଶ୍ରୀ ମହାନ୍ତିଙ୍କ ପତ୍ନୀ ଉକ୍ତ ଟଙ୍କା ଉଠାଣ କରିଥିବା ନେଇ ଦାବିପତ୍ରରେ ବିଜେଡି ପକ୍ଷରୁ ଗୁରୁତ୍ୱର ଅଭିଯୋଗ ଅଣଯାଇଛଇି । ଏହିପରି ଜଗନ୍ନାଥ ସାଗରର ପଙ୍କ ଉଦ୍ଧାର ନାମରେ ଆନ୍ଧ୍ରପ୍ରଦେଶର ବିଜୟୱାଡା ସହରର ଏକ ସ ଠିକାସଂସ୍ଥା ଠାରୁ ମେସିନ ଭଡା ସୂତ୍ରରେ ଅଣାଯାଇ ଅଳ୍ପ କିଛି ପଙ୍କ ଉଦ୍ଧାର କରାଯାଇ ପ୍ରାୟ ୨ କୋଟି ଟଙ୍କା ବିଲ କରାଯାଇ ଉକ୍ତ ସଂସ୍ଥାକୁ ପ୍ରଦାନ କରାଯାଇଛି । ଏହିପରି ଉକ୍ତ ସଂସ୍ଥା ଠାରି ମଧ୍ୟ ପି.ସି ନାମରେ ପୌରଅଧ୍ୟକ୍ଷ ଟଙ୍କା ହଡପ କରିଛନ୍ତି । ଏହାପରେ ୨୦୨୫ ମସିହାରେ ନୂତନ ରାଜ୍ୟ ସରକାରଙ୍କ ପକ୍ଷରୁ ୭ କୋଟି ଟଙ୍କା ଟେଣ୍ଡର କାର?୍ୟ୍ୟ ମଧ୍ୟ ଅନିୟମତା କରାଯାଇ ଲୁଟ କରାଯାଇଛି । ପୌରସଂସ୍ଥା ପାର୍କରେ ଖୋଲା ବ୍ୟାୟାମଶାଳା ନିର୍ମାଣ ନାମରେ ଆବଶ୍ୟକ ଯନ୍ତ୍ରପାତୀ ନିମ୍ନ ମାନରେ ଲଗାଯାଇ ଉଚ୍ଚ ଦରର ବିଲ୍ କରାଯାଇ ଟଙ୍କା ହଡପ କରାଯାଇଛି । ଏହିପରି ଜୟପୁର ପୌରାଧକ୍ଷ ଶ୍ରୀ ମହାନ୍ତି ଜୟପୁର ଘରୋଇ ବସ ମାଲିକ ସଂଘର ସମ୍ପାଦକ ତଥା ବସ ମାଲିକ ହୋଇଥିବା ବେଳେ ଏକ ବସ ଚଳାଚଳ ପାଇଁ ରୁଟ ପେରମିଟ ହାତେଇବା ପାଇଁ ୧୦୬ ଦିନର ବିଶାଖପାଟଣା ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ମିଥ୍ୟା ବିଲ୍ ଓ କାଗଜପତ୍ର ପସ୍ତୁତ କରିବା ସହିତ ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ମାଧ୍ୟମରେ ଦାଖଲ କରିଛନ୍ତି । କିନ୍ତୁ ଉକ୍ତ ସମୟରେ ପୌରସଂସ୍ଥା ପକ୍ଷରୁ ବିଭିନ୍ନ ବୈଠକ, ସରକାରୀ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ଗସ୍ତ ଖର୍ଚ୍ଚ ଉଠାଣ କରାଯାଇଛି । ଏହି ଅଭିଯୋଗର ମଧ୍ୟ ବିଧିବଧ ତଦନ୍ତ କରାଯାଇ କାର?୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ନେତୃତ୍ୱରେ ବିଜେଡିର ପୌରସଂସ୍ଥାର କାଉନସିଲର , କର୍ମକର୍ତା ଭିଜିଲାନ୍ସ ଏସ.ପି ରବିନ୍ଦ୍ର କୁମାର ପଣ୍ଡାଙ୍କୁ ପ୍ରଦାନ କରିଛନ୍ତି । ଏହିପରି ଆସନ୍ତା ୭ ଦିନ ମଧ୍ୟରେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଜୟପୁର ସହରର ୯ଟି ସ୍ଥାନରେ ବିଜେଡିର କାଉନସିଲର ଓ କର୍ମକର୍ତାମାନେ ଧାରଣା ଦେବା ସହିତ ଆବଶ୍ୟକ ପଡିଲେ ଆନ୍ଦୋଳନ କରାଯାଇ ବନ୍ଦ ଡାକରା ଦିଆଯିବ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ନନ୍ଦ ଚେତାବନୀ ଦେଇଛନ୍ତି । ଏହିପରି ବିଭିନ୍ନ ଗଣମାଧ୍ୟମ ଖବର ପ୍ରକାଶିତ ହୋଇଥିଲେ ସୁଦ୍ଧା ଭିଜିଲାନ୍ସ ପକ୍ଷରୁ କେଉଁ କାରଣରୁ ନିଜ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ କରୁନାହାଁନ୍ତି ଏହା ଭିଜିଲାନ୍ସର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ଶ୍ରୀ ନନ୍ଦ ପ୍ରଶ୍ନ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ମିଶ୍ର, ସୂର୍ଯ୍ୟ ନାରାୟଣ ରଥ, ବାଲା ରାୟ, ନାଗରାଜ ଦୋରା, ଉପାଧ୍ୟକ୍ଷା ବି. ସୁନିତା, କାଉନସିଲର ଅଜୟ ବେହେରା, ପାର୍ଥ ସାରଥୀ ମଲ୍ଲିକ, ସୁଷମା ମହାପାତ୍ର, ଦେବରାଜ ଚୌଧୁରୀ, ଏନ. ଲକ୍ଷ୍ମୀ ନାରାୟଣ ଉର୍ମିଲା ମହାକୁଡ, ଅନିତା ରାୟ, ଅର୍ପିତା ଷଡଙ୍ଗୀ ଅନ୍ୟାନ୍ୟ ବିଜେଡି ସଦସ୍ୟ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande