କୋମାରେ ବସୁଧା ଯୋଜନା, କମୁଛି ଜଳସ୍ତର
ଭଦ୍ରକ, ୫ ମାର୍ଚ୍ଚ (ହି.ସ.) - ଆଗକୁ ଆସୁଛି ଗ୍ରୀଷ୍ମ ଋତୁ।ଗାଁ ଗାଁରେ ଏବେ ଠାରୁ ଜଳାଭାବ ଦେଖା ଦେଲାଣି। ଘରୋଇ ନଳକୂପ ରୁ ଆଉ ବାହାରୁ ନାହିଁ ପଯ୍ୟାପ୍ତ ପାଣି। ଏହା କାହାଣୀ ନୁହେଁ ବାସ୍ତବ ସତ୍ୟ ବୋଲି ପ୍ରକାଶ କରିଛନ୍ତି ଭଦ୍ରକ ବ୍ଲକ ଅନ୍ତର୍ଗତ ବନ୍ଧଗାଁ ପଂଚାୟତର କାଳିଦାସ ପୂରର ଶିକ୍ଷାବିତ ସୁବାସ
KOMARE BASUDHA YOJANA


ଭଦ୍ରକ, ୫ ମାର୍ଚ୍ଚ (ହି.ସ.) - ଆଗକୁ ଆସୁଛି ଗ୍ରୀଷ୍ମ ଋତୁ।ଗାଁ ଗାଁରେ ଏବେ ଠାରୁ ଜଳାଭାବ ଦେଖା ଦେଲାଣି। ଘରୋଇ ନଳକୂପ ରୁ ଆଉ ବାହାରୁ ନାହିଁ ପଯ୍ୟାପ୍ତ ପାଣି। ଏହା କାହାଣୀ ନୁହେଁ ବାସ୍ତବ ସତ୍ୟ ବୋଲି ପ୍ରକାଶ କରିଛନ୍ତି ଭଦ୍ରକ ବ୍ଲକ ଅନ୍ତର୍ଗତ ବନ୍ଧଗାଁ ପଂଚାୟତର କାଳିଦାସ ପୂରର ଶିକ୍ଷାବିତ ସୁବାସ ବେହେରା। କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ବିଜୁ ଜନତା ଅମଳ ରେ ତିଆରି ହୋଇ ହୋଇଥିଲା ପାଣି ଟାଙ୍କି।ସରକାରଙ୍କ ଲକ୍ଷ ଥିଲା ଘରେ ଘରେ ପହଂଚିବ ପାଣି। ପାଣି ବି ପହଁଚିଲା ମାସେ କି ଦୁଇ ମାସ ପାଇଁ। ତା ପରଠୁ ପାଣି ଆସିବା ବନ୍ଦ। ଅନ୍ୟ ପଟେ ଏ ଅଂଚଳ ରେ ୧୦୦ଏକରରୁ ଅଧିକ ଜମି ରେ କୃଷକ ମାନେ କରିଛନ୍ତି ରବି ଧାନ ଚାଷ। ସରକାରୀ ଓ ବେସରକାରୀ ଭାବେ ଗାଁ ର ଚତୁର୍ପାଶ୍ୱ ରେ ଭୂତଳ ଜଳ ପାଇଁ ଲାଗିଛି ୨୦ ରୁ ଅଧିକ ବୋରିଏଲ୍। ଅନବରତ ଜଳ ନିଷ୍କାସନ ହେଉଛି।ଯାହା ପାଇଁ ଜଲସ୍ତର କମୁଛି। ଘରୋଇ ନଳକୂପରୁ ପାଣି ବହୁ କଷ୍ଟରେ ବାହାରୁଛି। ଯାହାକି ଗ୍ରାମବାସୀଙ୍କ ପାଇଁ ଚିନ୍ତାର କାରଣ ସାଜିଛି। ଏଥି ପ୍ରତି ଜିଲ୍ଲା ପ୍ରଶାସନ ଓ ରାଜନେତା ଦୃଷ୍ଟି ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande