ବୋରିଗୁମ୍ମାରେ ପଂଚାୟତ ସମିତି ବୈଠକ
ଜୟପୁର, ୦୫ ମାର୍ଚ୍ଚ (ହି.ସ.) - କୋରାପୁଟ ଜିଲ୍ଲା ବୋରିଗୁମ୍ମା ପଂଚାୟତ ସମିତି କାର୍ଯ୍ୟାଳୟରେ ଆୟୋଜିତ ପଂଚାୟତ ସମିତି ସଭାରେ ଜୟପୁର ବିଧାନସଭା ମଣ୍ଡଳୀର ମାନ୍ୟବର ବିଧାୟକ ତାରାପ୍ରସାଦ ବାହିନୀପତି ଅଧ୍ୟକ୍ଷତା କରିଥିଲେ। ଏହି ସଭାରେ ବୋରିଗୁମ୍ମା ବ୍ଲକର ସମଗ୍ର ଉନ୍ନତି, ଲୋକକଲ୍ୟାଣମୂଳକ ଯୋଜନାର ସ
ବୋରିଗୁମ୍ମାରେ ପଞ୍ଚାୟତ ସମିତି ବୈଠକ


ଜୟପୁର, ୦୫ ମାର୍ଚ୍ଚ (ହି.ସ.) - କୋରାପୁଟ ଜିଲ୍ଲା ବୋରିଗୁମ୍ମା ପଂଚାୟତ ସମିତି କାର୍ଯ୍ୟାଳୟରେ ଆୟୋଜିତ ପଂଚାୟତ ସମିତି ସଭାରେ ଜୟପୁର ବିଧାନସଭା ମଣ୍ଡଳୀର ମାନ୍ୟବର ବିଧାୟକ ତାରାପ୍ରସାଦ ବାହିନୀପତି ଅଧ୍ୟକ୍ଷତା କରିଥିଲେ।

ଏହି ସଭାରେ ବୋରିଗୁମ୍ମା ବ୍ଲକର ସମଗ୍ର ଉନ୍ନତି, ଲୋକକଲ୍ୟାଣମୂଳକ ଯୋଜନାର ସଠିକ୍ କାର୍ଯ୍ୟାନ୍ୱୟନ ଓ ଗ୍ରାମାଂଚଳର ମୌଳିକ ସମସ୍ୟାଗୁଡ଼ିକ ନିରାକରଣ ସମ୍ପର୍କରେ ଗୁରୁତ୍ୱ ସହିତ ଆଲୋଚନା ହୋଇଥିଲା। ମାନ୍ୟବର ବିଧାୟକ ଶ୍ରୀ ବାହିନୀପତି ଲୋକଙ୍କ ଆବଶ୍ୟକତାକୁ ପ୍ରଥମ ପ୍ରାଥମିକତା ଦେଇ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଦ୍ରୁତ ଓ ସ୍ୱଚ୍ଛ ଭାବରେ କାମ କରି ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ।

ସଭାରେ ପଂଚାୟତ ସମିତିର ଜନପ୍ରତିନିଧିମାନେ, ସମସ୍ତ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ନେତୃତ୍ୱମାନେ ଉପସ୍ଥିତ ରହି ବିଭିନ୍ନ ଉନ୍ନୟନମୂଳକ ପ୍ରସ୍ତାବ ଓ ଲୋକସମସ୍ୟା ଉପରେ ମତାମତ ରଖିଥିଲେ।

ବିଧାୟକ ଶ୍ରୀ ବାହିନୀପତି କହିଥିଲେ ଯେ, “ଜନସେବା ହିଁ ଆମର ପ୍ରଥମ ଲକ୍ଷ୍ୟ, ଲୋକଙ୍କ ଭରସା ଓ ଆଶାକୁ ସାର୍ଥକ କରିବା ପାଇଁ ବିକାଶମୂଳକ କାର୍ଯ୍ୟକୁ ଆହୁରି ଗତିଶୀଳ କରାଯିବ।”

ଏହି ସଭା ବୋରିଗୁମ୍ମା ବ୍ଲକର ଉନ୍ନତିକୁ ଆହୁରି ତ୍ୱରାନ୍ୱିତ କରିବା ସହ ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣରେ ଏକ ନୂଆ ଦିଗ ଦେଖାଇବ ବୋଲି ସଭାରେ ଆଶା ପ୍ରକାଶ ପାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande