ରେଡ଼ିଓ ଭାବଗ୍ରାହୀର ପଞ୍ଚମ ପ୍ରତିଷ୍ଠା ଦିବସ ମହୋତ୍ସବ
କେନ୍ଦ୍ରାପଡା, ୫ ମାର୍ଚ୍ଚ (ହି.ସ.)- ସୂଚନା, ଶିକ୍ଷା ଏବଂ ମନୋରଞ୍ଜନର ବଳିଷ୍ଠ ଗଣ ମାଧ୍ୟମ ରେଡ଼ିଓ, ସମୟ ସହିତ ତାଳ ଦେଇ ଆଜିବି କୃତ୍ରିମ ବୁଦ୍ଧିମତାର ଯୁଗରେ ବହୁ ଜନ ହିତାୟ ଏବଂ ବହୁଜନ ସୁଖାୟ ଉକ୍ତିକୁ ସଫଳତାର ସମାହିତ କରିଆସୁଅଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଜିଲ୍ଲାର ଏକମାତ୍ର ଗୋଷ୍ଠୀ
ରେଡ଼ିଓ ଭାବଗ୍ରାହୀର ପଞ୍ଚମ ପ୍ରତିଷ୍ଠା ଦିବସ ମହୋତ୍ସବ


କେନ୍ଦ୍ରାପଡା, ୫ ମାର୍ଚ୍ଚ (ହି.ସ.)- ସୂଚନା, ଶିକ୍ଷା ଏବଂ ମନୋରଞ୍ଜନର ବଳିଷ୍ଠ ଗଣ ମାଧ୍ୟମ ରେଡ଼ିଓ, ସମୟ ସହିତ ତାଳ ଦେଇ ଆଜିବି କୃତ୍ରିମ ବୁଦ୍ଧିମତାର ଯୁଗରେ ବହୁ ଜନ ହିତାୟ ଏବଂ ବହୁଜନ ସୁଖାୟ ଉକ୍ତିକୁ ସଫଳତାର ସମାହିତ କରିଆସୁଅଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଜିଲ୍ଲାର ଏକମାତ୍ର ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ଭାବଗ୍ରାହୀର ପଞ୍ଚମ ପ୍ରତିଷ୍ଠା ଦିବସ ଏବଂ ଚତୁର୍ଥ ବାର୍ଷିକ ମହୋତ୍ସବ ଵାରୁଅ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନର ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଭାବଗ୍ରାହୀ କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀର ପ୍ରତିଷ୍ଠାତା ସଙ୍ଗୀତଜ୍ଞ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନସ ଭୂଷଣ ପଣ୍ଡିତ ହୃଷୀକେଶ ରଥ, ମୁଖ୍ୟ ବକ୍ତା ଭାବେ ପ୍ରଫେସର ପ୍ରଶାନ୍ତ କୁମାର ପାଣି ଏବଂ ସମ୍ମାନୀତ ଅତିଥି ଭାବେ ଗବେଷକ ନିରଞ୍ଜନ ମେକାପ, ପରିବେଶବିତ୍ ନୃସିଂହ ଚରଣ ତ୍ରିପାଠୀ, ପ୍ରଫେସର ପ୍ରକାଶ ଦାସ ପ୍ରମୁଖ ଯୋଗଦାନ ପୂର୍ବକ ରେଡ଼ିଓ ଭାବଗ୍ରାହୀର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହିତ ଏହାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ନିରୁପମା ଜେନା, ଅର୍ଚ୍ଚନା ପରିଡା, ସନ୍ତୋଷ ଦାସ ବିମଳ ପରିଡାଙ୍କ ରଚନା ଓ ନିର୍ଦ୍ଦେଶନାରେ ସ୍ଵାଗତ ସଙ୍ଗୀତ ଗାଇଥିଲେ। ପ୍ରଵଚକ ବିକ୍ରମ କେଶରୀ ପରିଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ଗୀତିକାର ବିମଳ ପରିଡା ସ୍ଵାଗତ ଭାଷଣ ପ୍ରଦାନ ପୂର୍ବକ ୨୦୨୨ ମସିହା ମାର୍ଚ୍ଚ ୪ ତାରିଖରେ ପ୍ରତିଷ୍ଠିତ ରେଡ଼ିଓ ଭାବଗ୍ରାହୀର କେତେକ ସଫଳ କାହାଣୀ ସମ୍ପର୍କରେ ଆଲୋକପାତ କରିବା ସହିତ ଗୋଷ୍ଠୀ ବେତାର କେନ୍ଦ୍ର କିପରି ବିଭିନ୍ନ ଗୋଷ୍ଠୀର କଲ୍ୟାଣ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛି ସେ ବିଷୟରେ ସୂଚନା ଦେଇଥିଲେ। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ପରମ ଆରାଧ୍ୟ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଅପୂର୍ବ ଲୀଳାର ପ୍ରଚାର ପ୍ରସାର ଦିଗରେ ଭାବଗ୍ରାହୀ କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀର ଉଦ୍ୟମକୁ ମୁଖ୍ୟ ଅତିଥି ପଣ୍ଡିତ ରଥ ପ୍ରଶଂସା କରିଥିଲେ। ପ୍ରଥମେ କଳା ନିକେତନ ପରିସରରେ ଥିବା କବି ଭାବଗ୍ରାହୀ ପରିଡା, କବି ପତ୍ନୀ ସରୋଜିନୀ ପରିଡା, ଚିର ସବୁଜ ଅକ୍ଷୟ ମହାନ୍ତି ଏବଂ ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ସିଦ୍ଧ ବଳଦେବଜୀଉଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯିବା ପରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ରେଡ଼ିଓ ଭାବଗ୍ରାହୀର ଶୀର୍ଷକ ସଙ୍ଗୀତ ପ୍ରସ୍ତୁତ କରାଯାଇଥିଲା। ରେଡ଼ିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡା, କେନ୍ଦ୍ର ନିର୍ଦ୍ଦେଶକ ଇଂଜିନିୟର ବିଶ୍ଵଜିତ ପରିଡା, ଟ୍ରଷ୍ଟି ସୁଶ୍ରୀ ସଙ୍ଗୀତା ଜେନା, କାର୍ଯ୍ୟକ୍ରମ ସହାୟକ ଗୌରଵ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କବି ଅଶୋକ କୁମାର ସାହୁ,ମହ୍ଲାର ଅର୍କେଷ୍ଟ୍ରାର ସମ୍ପାଦକ ରଞ୍ଜନ କୁମାର ବରାଳ, ରୁରାଲ ଡେଭଲପମେଣ୍ଟ କଲ୍ଚରାଲ ୟୁଥ୍ ଅର୍ଗାନାଇଜେସନ୍ ର ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ, ବାଣୀ ବିନୋଦ ସାହିତ୍ୟ ସେଵା ନିକେତନର ସଦସ୍ୟ ବିକ୍ରମ କେଶରୀ ପରିଡା, ବିକ୍ରମ କେଶରୀ ସାମଲ, ସୁନାମ ଧନ୍ୟ କୃଷକ ଅଖିଳ ସ୍ଵାଇଁ, ଭାଗ୍ୟଶ୍ରୀ ସାହୁ, ସୁଶାନ୍ତ ସ୍ୱାଇଁ, ଗାୟକ ସୁରେନ୍ଦ୍ର ରାଉତ, ମାନସ ରଞ୍ଜନ ପରିଡା, ରତ୍ନ ମଞ୍ଜରୀ ପରିଡା, ରାଜଲକ୍ଷ୍ମୀ ପରିଡା, ପାୟଲ ତ୍ରିପାଠୀ, ରଶ୍ମି ରଞ୍ଜନ ଖୁଣ୍ଟିଆ, ସ୍ଵର୍ଣ୍ଣକାନ୍ତ ପରିଡା, ସୁବାସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ମାମାଲି ସାହୁ, ପାପାଲି ସାହୁ, ଅଭିଲିପ୍ସା ସାହୁ ଏବଂ ପ୍ରତୀକ୍ଷା ନାୟକ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ବିମୋହିତ କରିଥିଲେ। ଶେଷରେ ନାଟ୍ୟକାର ଭୀମସେନ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପରେ ଅତିଥିମାନେ ରେଡ଼ିଓ ଭାବଗ୍ରାହୀର ନିୟନ୍ତ୍ରଣ କକ୍ଷ , ପ୍ରସାରଣ କକ୍ଷ ଏବଂ ସରୋଜିନୀ ଷ୍ଟୁଡିଓ ବୁଲି ଦେଖିଥିଲେ। ରେଡ଼ିଓ ଭାବଗ୍ରାହୀର ପଞ୍ଚମ ପ୍ରତିଷ୍ଠା ଦିବସ ଉପଲକ୍ଷେ ପାଞ୍ଚଗୋଟି ଅଖଣ୍ଡ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande