ତିହିଡି ମେଳଣରେ ମନମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ ଛଉ ନୃତ୍ୟ
ଭଦ୍ରକ, ୫ ମାର୍ଚ୍ଚ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଭାଟପଡା ପଂଚାୟତ ଅଧିନ ୩୧ ବର୍ଷର ତିହିଡି ମେଳଣ ଶାନ୍ତିଶୃଙ୍ଖଳା ସହ ଶେଷହୋଇଛି।ଦୋଳ ପୂର୍ଣ୍ଣିମା ରାତିରୁ ମେଳଣ ଆରମ୍ଭ ହୋଇ ବୁଧବାର ଅପରାହ୍ନରେ ଶେଷ ହୋଇଥିଲା।ଚଳିତ ବର୍ଷ ମେଳଣରେ ଛଉନୃତ୍ୟ ଶ୍ରଦ୍ଧାଳୁଙ୍କ ମନମୋହିବା ସହିତ ଆକର୍ଷିତ କରିଥ
TIHIDI MELANA SANSKRUTIKA CHAU NRUTYA


ଭଦ୍ରକ, ୫ ମାର୍ଚ୍ଚ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଭାଟପଡା ପଂଚାୟତ ଅଧିନ ୩୧ ବର୍ଷର ତିହିଡି ମେଳଣ ଶାନ୍ତିଶୃଙ୍ଖଳା ସହ ଶେଷହୋଇଛି।ଦୋଳ ପୂର୍ଣ୍ଣିମା ରାତିରୁ ମେଳଣ ଆରମ୍ଭ ହୋଇ ବୁଧବାର ଅପରାହ୍ନରେ ଶେଷ ହୋଇଥିଲା।ଚଳିତ ବର୍ଷ ମେଳଣରେ ଛଉନୃତ୍ୟ ଶ୍ରଦ୍ଧାଳୁଙ୍କ ମନମୋହିବା ସହିତ ଆକର୍ଷିତ କରିଥିଲା।ମଙ୍ଗଳବାର ରାତିରେ ବତୀମାରା ପଦାରୁ ବିମାନସବୁ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ନୂଆପୋଖରୀ ସ୍ଥିତ ମେଲଣ ସ୍ଥାନରେ ପହଂଚିଥିଲା।ମେଳଣରେ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଛଉନୃତ୍ୟ ପରିବେଷଣ କରାଯାଇଥିଲା। ମେଳଣ ଓ ଛଉନୃତ୍ୟ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।ପରମ୍ପରା ଅନୁସାରେ ଶ୍ରୀ ରାଧାକୃଷ୍ଣଙ୍କୁ ଭୋଗଲାଗି କରାଯାଇଥିଲା। ଗ୍ରାମର ଦଧିବାବନ ଜୀଉଙ୍କୁ ଶ୍ରଦ୍ଧାଳୁ ମାନେ କାଦୁଅ ଖେଳିଖେଳି ଶୋଭାଯାତ୍ରାରେ ଆଣି ମେଳଣ ସ୍ଥଳରେ ପ୍ରବେଶ କରାଇଥିଲେ।ପରେ ମେଳଣରୁ ବିମାନ ନିଜନିଜ ସ୍ଥାନକୁ ବହୁଡ଼ିବା ପରେ ମେଳଣ ଭାଙ୍ଗିଥିଲା।ମେଳଣ କମିଟିର ସଭାପତି ବାପୁଜି ନାୟକ, ସମ୍ପାଦକ ସଚିକାନ୍ତ ନାୟକ,ଉପସଭାପତି ପାର୍ଥ ସାରଥୀ ନାୟକ,ସହ ସମ୍ପାଦକ ରମାକାନ୍ତ ନାଥ,କୋଷାଧ୍ୟକ୍ଷ ପ୍ରଭାତ ରାଉଳ,ବିଷ୍ଣୁ ଦାସ,ଶରତ କର,କୈଳାଶ ପାତ୍ର, ପୀତବାସ ପଣ୍ଡା,ରଘୁନାଥ ପାତ୍ର, ସର୍ବେଶ୍ୱର ନାୟକ,ବାଇଧର ହାତୀ,ନିହାର ରଞ୍ଜନ ନାୟକ,ହରିହର ନାୟକ,ତାରକାନ୍ତ ଜେନା,ବିକଳା ନନ୍ଦ ନାୟକ ପ୍ରମୁଖ ମେଳଣ ପରିଚାଳନା କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande