
ଭୁବନେଶ୍ୱର, 08 ମାର୍ଚ୍ଚ (ହି.ସ.)- ଅନ୍ତର୍ଜାତୀୟ ମହିଳା ଦିବସରେ ମାତୃଶକ୍ତିକୁ
ଶୁଭକାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଅନ୍ତର୍ଜାତୀୟ ମହିଳା ଦିବସ’ ଅବସରରେ ସମସ୍ତ ମାତୃଶକ୍ତିଙ୍କୁ
ହୃଦୟରୁ ଶୁଭେଚ୍ଛା।
ନାରୀ କେବଳ ପରିବାରର ଆଧାରଶିଳା ନୁହେଁ, ସମାଜ ଓ ରାଷ୍ଟ୍ରର
ପ୍ରଗତିର ପ୍ରେରଣାଦାୟକ ଶକ୍ତି ମଧ୍ୟ ଅଟନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ସରକାର
ମହିଳାମାନଙ୍କ ସମ୍ମାନ, ସୁରକ୍ଷା ଓ ସଶକ୍ତିକରଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ
ସେମାନଙ୍କୁ ଆତ୍ମନିର୍ଭର କରିବା ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି।
ଆସନ୍ତୁ, ଆମେ ସମସ୍ତେ ମିଶି ପ୍ରତ୍ୟେକ ଝିଅ, ପ୍ରତ୍ୟେକ ଭଉଣୀ ଓ
ପ୍ରତ୍ୟେକ ମାଆଙ୍କୁ ସୁରକ୍ଷିତ, ସକ୍ଷମ ଓ ସ୍ୱାବଲମ୍ବୀ କରିବାର ସଂକଳ୍ପକୁ ଆହୁରି ସଶକ୍ତ
କରିବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା