ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର, 08 ମାର୍ଚ୍ଚ (ହି.ସ.)- ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ମହିଳା ସଶକ୍ତିକରଣ ସର୍ବଦା ଆମ ସମସ୍ତ ପଦକ୍ଷେପର ପ୍ରେରଣାଦାୟକ ଶକ୍ତି ରହିଛି। ଓଡ଼ିଶା ମିଶନ ଶକ
ମହିଳା ଦିବସ


ଭୁବନେଶ୍ୱର, 08 ମାର୍ଚ୍ଚ (ହି.ସ.)- ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା ଜଣାଇଛନ୍ତି

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ମହିଳା

ସଶକ୍ତିକରଣ ସର୍ବଦା ଆମ ସମସ୍ତ ପଦକ୍ଷେପର ପ୍ରେରଣାଦାୟକ ଶକ୍ତି ରହିଛି। ଓଡ଼ିଶା ମିଶନ ଶକ୍ତି, ମମତାଏବଂ ପ୍ରଥମ ପ୍ରୟାସ ଭାବେ ଜେଣ୍ଡର ବଜେଟ ପରି ପରିବର୍ତ୍ତନଶୀଳ ପଦକ୍ଷେପ ଗ୍ରହଣ କରି ମହିଳା

ସଶକ୍ତିକରଣରେ ଏକ ସତ୍ୟ ସାରଥି ଭାବେ ନିଜକୁ ପ୍ରତିଷ୍ଠିତ କରିଛି।

ମହିଳା ଦିବସ ଅବସରରେ ଆମେ ସମସ୍ତ କ୍ଷେତ୍ରରେ ମହିଳାମାନଙ୍କର

ଅଦମ୍ୟ ଆତ୍ମବଳ ଓ ନେତୃତ୍ୱକୁ କେବଳ ଉଦ୍ଯାପନ କରୁନାହିଁ, ବରଂ ସମାଜରେ ମହିଳାମାନଙ୍କର ଅଧିକ

ଭୂମିକା ସୁନିଶ୍ଚିତ କରିବା ପାଇଁ ଆମ ପ୍ରତିଶ୍ରୁତିକୁ ପୁନର୍ବ୍ୟକ୍ତ କରୁଛୁ, ଯାହା ଦ୍ୱାରା ନୀତି, ଉନ୍ନତି ଓ ସମୃଦ୍ଧିରେ

ମହିଳାମାନଙ୍କର ସ୍ୱର ଅଭିନ୍ନ ଅଂଶ ହୋଇ ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande