
ଭଦ୍ରକ, ୧୧ ଅପ୍ରେଲ (ହି.ସ.) - ଆଜି ସି ଆଇ ଟି ୟୁ ଭଦ୍ରକ ଜିଲ୍ଲା କମିଟି ବୈଠକ ଶ୍ରମିକ ନେତା ଦିବ୍ୟ ସିଂହ ନାୟକ ଙ୍କ ସଭାପତିତ୍ୱରେ ଜାନକୀ ନିଳୟ ରେ ଅନୁଷ୍ଟିତ ହୋଇଯାଇଛି। ସେଥି ରେ ଯୋଗ ଦେଇଥିଲେ ସି. ଆଇ. ଟି. ୟୁ ରାଜ୍ୟର ସମ୍ପାଦକ ସାଥୀ ରମେଶ ଜେନା। ସେ ତାଙ୍କ ବକ୍ତବ୍ୟ ରଖିଥିଲେ ବର୍ତମାନ ଡବଲ ଇଞ୍ଜିନ ସରକାର୍ ଶ୍ରମିକ ବିରୋଧୀ ଶ୍ରମ ଶ୍ରମ କୋଡ ଚାରୋଟି ଲାଗୁ କରିଛି ଯାହା କି ଶ୍ରମିକ ଶ୍ରେଣୀ ତାର ଅଧୀକାର ହରା ଇ ଛନ୍ତି। ଦୈନିକ ୮ ଘଂଟା ପରିବର୍ତେ ୧୦ଘଂଟା କାମ କରିବେ ଓମହିଲାମନେ ରାତିରେ କାମ କରିବେ, ୟୁନିଅନ ରେଜିଷ୍ଟ୍ରେସନ ଉପରେ କଟକଣା ଲାଗୁ କରାଯାଇଛି। ଏହି ବୈଠକ ରେ ଆଗାମୀ ମେ ମାସ ୧୨ତାରିଖ ଜିଲ୍ଲା ଶ୍ରମ ଦାପ୍ତର ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ଓ ମେ ପହିଲା ଦିନ ସମସ୍ତ ସଦସ୍ୟ ମାନେ ନିଜ ୟୁନିଅନ ରେ ରକ୍ତ ପତାକା ଉତୋଳନ କରିବେ ଓ ଭାଦ୍ରକ୍ ରେ ଏକ ପଟୁଆର ସହର ପରିକ୍ରମା କରିବା ସହ ଏକ ବଡ଼ ଧରଣର ସାଧାରଣ ସଭା ଅନୁଷ୍ଠିତ ହେବ। ଏଥିରେ ରାଜ୍ୟ ସି ଆଇ ଟି ୟୁ ସଭାପତି ଜନାର୍ଦ୍ଦନ ପତି ଯୋଗ ଦେବେ। ଏହି ବୈଠକରେ ଯୋଗ ଦେଇ ଥିଲେ ଶ୍ରମିକ ନେତା କାଳନ୍ଦୀ ପାତ୍ର, ମଳୟ ଭୋଇ, ମହେଶ୍ୱର ନାଏକ, ସେକ କମାର, ବିଷ୍ଣୁ ଦାଶ, ଶାନ୍ତି ଲତା ନାୟକ ଓ ସେକ ଲାଲା।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ