ଭଦ୍ରକ ଜିଲା କଂଗ୍ରେସ କମିଟି ପକ୍ଷରୁ ଆସାମ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତଳିକା ଦାହ
ଭଦ୍ରକ, ୧୧ ଅପ୍ରେଲ (ହି.ସ.) - ଅଖିଳ ଭାରତୀୟ କଂଗ୍ରେସ କମିଟିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଙ୍କ ବିରୋଧରେ ଆପତିଜନକ ଟିକ୍କାଟିପ୍ପଣୀ କରିଥିବା ଆସାମର ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ହିମନ୍ତ ବିଶ୍ୱର୍ଶମାଙ୍କ ବିରୁଦ୍ଧରେ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାକୁ ନେଇ ଏଆଇସିସିର ଓଡ଼ିଶା
CONGRESS KUSA PUTALIKA DAHA


ଭଦ୍ରକ, ୧୧ ଅପ୍ରେଲ (ହି.ସ.) - ଅଖିଳ ଭାରତୀୟ କଂଗ୍ରେସ କମିଟିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଙ୍କ ବିରୋଧରେ ଆପତିଜନକ ଟିକ୍କାଟିପ୍ପଣୀ କରିଥିବା ଆସାମର ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ହିମନ୍ତ ବିଶ୍ୱର୍ଶମାଙ୍କ ବିରୁଦ୍ଧରେ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାକୁ ନେଇ ଏଆଇସିସିର ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲୁ ଓ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଏବଂ ପ୍ରଦେଶ କଂଗ୍ରେସ କମିଟିର ପ୍ରଶାସନିକ ଅଧିକାରୀ ସମୀର କୁମାର ରାଉତରାୟଙ୍କ ପତ୍ର ମୂଳେ ଆଜି ଅପରାହ୍ନ ୫.୩୦ ସମୟରେ ଜିଲାର ସଦର ମହକୁମାରେ ଜିଲା କଂଗ୍ରେସ କମିଟି ପକ୍ଷରୁ ସଭାପତି ନଳିନୀ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ କାର୍ଯ୍ୟକର୍ତାଙ୍କ ଉପସ୍ଥିତିରେ ଏକ ଶୋଭାଯାତ୍ରାରେ ଆସି ବିକ୍ଷୋଭ ପ୍ରଦର୍ଶନ ସହ ବିଶ୍ୱଶର୍ମାଙ୍କ କୁଶପୁତଳିକା ଦାହ କରାଯାଇଛି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande