ଜାଳେଣି ଗ୍ୟାସ ସମସ୍ୟା ସମାଧାନ ନେଇ ଦାବି
ଜୟପୁର, ୧୧ ଏପ୍ରିଲ୍ (ହି.ସ.) - କୋରାପୁଟ ଜିଲ୍ଲାରେ ମାସେ ହେବ ମିଳୁନି କମରସିଆଲ ରନ୍ଧନ ଗ୍ୟାସ ସିଲିଣ୍ଡର। ବନ୍ଦ ହେଲାଣି ଚା ଓ ଜଳଖିଆ ଦୋକାନ। ଜୀବନ ଜୀବିକା ଚିନ୍ତାରେ ପରିବାର। ଏହି ସମସ୍ୟାର ସମାଧାନ ପାଇଁ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟମାନ ମହାଜନଙ୍କ ସହ ଆଲୋଚନା କରିଲେ ବୋରିଗୁମ୍ମା ଓ ଜୟପୁର
ଗ୍ୟାସ ସମସ୍ୟା ସମାଧାନ ନେଇ ଦାବି


ଜୟପୁର, ୧୧ ଏପ୍ରିଲ୍ (ହି.ସ.) - କୋରାପୁଟ ଜିଲ୍ଲାରେ ମାସେ ହେବ ମିଳୁନି କମରସିଆଲ ରନ୍ଧନ ଗ୍ୟାସ ସିଲିଣ୍ଡର। ବନ୍ଦ ହେଲାଣି ଚା ଓ ଜଳଖିଆ ଦୋକାନ। ଜୀବନ ଜୀବିକା ଚିନ୍ତାରେ ପରିବାର। ଏହି ସମସ୍ୟାର ସମାଧାନ ପାଇଁ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟମାନ ମହାଜନଙ୍କ ସହ ଆଲୋଚନା କରିଲେ ବୋରିଗୁମ୍ମା ଓ ଜୟପୁର ଅଂଚଳର ଉଠା ଦୋକାନୀ ବ୍ୟବସାୟୀ ମାନଙ୍କ ସହିତ ବିଜେଡି ପ୍ରତିନିଧୀ ଦଳ। ଏ ନେଇ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବି ପତ୍ର ରେ ଉଲ୍ଲେଖ କରାଯାଇଛିଯେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଏକ ମାସ ହେବ ମିଳୁନଥିବାରୁ ରାସ୍ତା କଡରେ ଥିବା ଛଟ ଛଟ ଜଳଖିଆ ଓ ଚା ଦୋକାନ ଗୁଡିକ ବନ୍ଦ ହୋଇ ରହିଛି। ଚା, ଜଳଖିଆ ଓ ଫାଷ୍ଟଫୁଡ ଦୋକନରେ ଯାହା ରୋଜଗାର ଆସୁଥିଲା ସେଥିରେ ପରିବାର ଚଳୁଥିଲା। ଏବେ ଦୋକାନ ବନ୍ଦ ରହିଥିବାରୁ ଜୀବିକା ଉପରେ ପ୍ରଭାବ ପଡିଛି। ଏ ନେଇ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ କହିଛନ୍ତି ସାରା ଜିଲ୍ଲାରେ ଜାଳେଣି ଗ୍ୟାସ ସଙ୍କଟ ରହିଛି। ଏକ ମାସ ହେବ ଗ୍ୟାସ ମିଳୁନି। ସହରାଂଚଳରେ ଛଟ ଛଟ ଦୋକାନ କରି ପରିବାରକୁ ଚଳାଉଥିଲେ। ସହରକୁ ବିଭିନ୍ନ ଅଂଚଳରୁ ଲୋକେ ଆସୁଛନ୍ତି। ହୋଟେଲ ବନ୍ଦ ରହିଥବାରୁ ବାହରୁ ଆସୁଥିବା ଲୋକ ମାନେ ଖାଇବାକୁ ନପାଇ ହନ୍ତସନ୍ତ ହେଉଛନ୍ତି। ତୁରନ୍ତ କମରସିଆଲ ଗ୍ୟାସ ସିଲିଣ୍ଡର କିମ୍ବା ୫ କେଜି ସିଲିଣ୍ଡର ଯୋଗାଇଦେବା ପାଇଁ ଦାବି କରାଯାଇଛି। ଜିଲ୍ଲାପାଳ ବି ନିର୍ଭର ଯୋଗ୍ୟ ପ୍ରତିଶୁତି ଦେଇଥିବା କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande