ମୁଖୀଗୁଡା-ମହୁଲପାଟଣା ଘାଟି ରାସ୍ତା ନିର୍ମାଣରେ ହରିଲୁଟ ସ୍ଥିତି ପରଖିଲେ ଲାଞ୍ଜିଗଡ଼ ବିଧାୟକ
ମୁଖୀଗୁଡା,୧୧ଏପ୍ରିଲ( ହି,ସ) କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ମୁଖୀଗୁଡା ଠାରୁ ମହୁଳପାଟଣା ଘାଟି ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହେବା ପରେ ଶୁକ୍ରବାର ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ଗସ୍ତ କରି ସ୍ଥିତି ପରଖିଛନ୍ତି ଓ ରାସ୍ତା କାମ ନିମ୍ନମାନର ନହେବାକୁ ଅଧିକାରୀ
Mla


Mahupatna road


ମୁଖୀଗୁଡା,୧୧ଏପ୍ରିଲ( ହି,ସ) କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ମୁଖୀଗୁଡା ଠାରୁ ମହୁଳପାଟଣା ଘାଟି ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହେବା ପରେ ଶୁକ୍ରବାର ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ଗସ୍ତ କରି ସ୍ଥିତି ପରଖିଛନ୍ତି ଓ ରାସ୍ତା କାମ ନିମ୍ନମାନର ନହେବାକୁ ଅଧିକାରୀ ମାନଂକୁ ତାଗିଦ କରିଛନ୍ତି ।

ଉପର ଇନ୍ଦ୍ରାବତୀ ପ୍ରକଳ୍ପଅଧୀନରେ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର କାର୍ଯ୍ୟ ଅତି ନିମ୍ନମାନର ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ଦୀର୍ଘ ବର୍ଷ ଧରି ଏହି ରାସ୍ତା ଶୋଚନୀୟ ହୋଇ ପଡ଼ିଥିଲା। ଫଳରେ ଥୁଆମୂଳ ରାମପୁର ବ୍ଲକର ଅନେକ ପଞ୍ଚାୟତ ସହ ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାର ଲୋକେ ଯାତାୟାତରେ ନାହିଁ ନଥିବା ଅସୁବିଧା ଭୋଗୁଥିଲେ। ଇନ୍ଦ୍ରାବତୀ ଡେମ ଅବା ପାୱାର ହାଉସ ପରିଦର୍ଶନ ପାଇଁ ଏଠାକୁ ବର୍ଷସାରା ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ, କିନ୍ତୁ ଖରାପ ରାସ୍ତା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିଲା। ଜନସାଧାରଣଙ୍କ ଦାବି ଓ ଲାଞ୍ଜିଗଡ଼ ବିଧାୟକଙ୍କ ହସ୍ତକ୍ଷେପ ପରେ କେପେକ୍ସ ଫଣ୍ଡରୁ ୮ କୋଟି ଟଙ୍କା ମଞ୍ଜୁର ହୋଇଛି। ୧୩ କିଲୋମିଟର ରାସ୍ତାକୁ ୪ଟି ସେକ୍ସନରେ ବିଭକ୍ତ କରାଯାଇଛି। ୫ ମିଟର ଓସାରର ରାସ୍ତାରେ ଡବ୍ଲୁଏମଏମ, ୫୦ ଏମଏମର ବିଏମ ଏବଂ ୨୫ ଏମଏମର ଏଚଡିବିସି ସହ ଟେଗ୍ କୋଟ୍ ରହିବା କଥା। କିନ୍ତୁ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ,ଠିକାଦାରମାନେ ସରକାରୀ ନିୟମକୁ ଫୁ କରି ଉଡ଼ାଇ ଦେଉଛନ୍ତି।ପୁରୁଣା ରାସ୍ତା ଖୋଳିବା ପରେ ଠିକ୍ ଭାବେ ରୋଲିଂ କରାଯାଉ ନାହିଁ। ଏଷ୍ଟିମେଟ ଅନୁଯାୟୀ ଡବ୍ଲୁଏମଏମ ନଦେଇ ସିଧାସଳଖ ପିଚୁ କରାଯାଉଛି। ବ୍ୟବହୃତ ପିଚୁର ମାନ ଅତ୍ୟନ୍ତ ଖରାପ, ଯାହା ନିର୍ମାଣ ଶେଷ ହେବା ପୂର୍ବରୁ ହିଁ ନଷ୍ଟ ହେବାକୁ ବସିଲାଣି।ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଇନ୍ଦ୍ରାବତୀ ପ୍ରକଳ୍ପର ଯନ୍ତ୍ରୀମାନେ ସବୁ ଜାଣି ମଧ୍ୟ ନିରବ ଦ୍ରଷ୍ଟା ସାଜିଛନ୍ତି। ଅଭିଯୋଗ କଲେ ମଧ୍ୟ ସେମାନେ ବିଭିନ୍ନ ବାହାନା ଦେଖାଇ ଠିକାଦାରଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି।ସାଧାରଣ ଜନତା ଏହି ରାସ୍ତା ନିର୍ମାଣର ଏକ ଉଚ୍ଚସ୍ତରୀୟ ତଦନ୍ତଏବଂ ଦୋଷୀ ଠିକାଦାର ଓ ଯନ୍ତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବାପରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ପହଞ୍ଚି ଅଧିକାରୀ ମାନଙ୍କୁ ନିମ୍ନମାନର କାମ ନ କରିବାକୁ ତାଗିତ କରିଛନ୍ତି।ଏନେଇ ଏସ ଡିଓ ବିଶ୍ୱନାଥ ସୋରେନଙ୍କୁ ପଚାରିବାରୁ ପିଚୁ ହେବା ସାଙ୍ଗେ ସାଙ୍ଗେ ଭାରି ଯାନ ଚଳାଚଳ ହେଉଥିବାରୁ ବୁଲାଣିରେ ପିଚୁ ଦବି ଯାଉଥିବା ପ୍ରକାଶ କରିଥିଲ ।ମରାମତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande