ଉପାନ୍ତରେ ଦୁଃଖ ଦେଉଛି ଜଳ କଷ୍ଟ, ତେନ୍ତୁଳିପୋଡ଼ା ରେ ନଳକୂପର ଗଳିଆ ପାଣି ହିଁ ଏକ ମାତ୍ର ଭରସା
ଜୟପୁର, ୧୧ ଏପ୍ରିଲ୍ (ହି.ସ.) - ଉପାନ୍ତରେ ଦୁଃଖ ଦେଉଛି ଜଳ କଷ୍ଟ। ବର୍ଷ ବର୍ଷ ଧରି ଏଠି ଲୋକେ ପାଣି ପାଇଁ ଛଟପଟ ହେଉଛନ୍ତି। ପାଣି ପାଇଁ ଏକଜୁଟ ହୋଇ ନଳକୂପ ଯାଏଁ ଯାଉଛନ୍ତି ସତ କିନ୍ତୁ, ନଳକୂପରୁ ଗଳିଆ ପାଣିକୁ ନେଇ ହନ୍ତସନ୍ତ ହେଉଛନ୍ତି । ରାଜ୍ୟ ସରକାର ପ୍ରତ୍ୟକ ଅଂଚଳରେ ବସୁଧା ଯୋଜନାରେ ଗାଁକୁ ଗ
- ଉପାନ୍ତରେ ଦୁଃଖ ଦେଉଛି ଜଳ କଷ୍ଟ, ତେନ୍ତୁଳିପୋଡ଼ା ରେ ନଳକୂପର ଗଳିଆ ପାଣି ହିଁ ଏକ ମାତ୍ର ଭରସା


ଜୟପୁର, ୧୧ ଏପ୍ରିଲ୍ (ହି.ସ.) - ଉପାନ୍ତରେ ଦୁଃଖ ଦେଉଛି ଜଳ କଷ୍ଟ। ବର୍ଷ ବର୍ଷ ଧରି ଏଠି ଲୋକେ ପାଣି ପାଇଁ ଛଟପଟ ହେଉଛନ୍ତି। ପାଣି ପାଇଁ ଏକଜୁଟ ହୋଇ ନଳକୂପ ଯାଏଁ ଯାଉଛନ୍ତି ସତ କିନ୍ତୁ, ନଳକୂପରୁ ଗଳିଆ ପାଣିକୁ ନେଇ ହନ୍ତସନ୍ତ ହେଉଛନ୍ତି । ରାଜ୍ୟ ସରକାର ପ୍ରତ୍ୟକ ଅଂଚଳରେ ବସୁଧା ଯୋଜନାରେ ଗାଁକୁ ଗାଁ, ଘରକୁ ଘର ପାଣି ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁଥିବା ବେଳେ ଉପାନ୍ତବାସୀ କିନ୍ତୁ ପାଣି ନପାଇ ଡହଳ ବିକଳ ହେଉଛନ୍ତି। ଏଭଳି ଚିତ୍ର କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ବୋଦାପୁଟ ପଂଚାୟତର ତେନ୍ତୁଳିପୋଡା ଗାଁ ରେ ।

ତେନ୍ତୁଳିପୋଡାରେ ୧୫ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି । ମାତ୍ର ଏଠାରେ ବସୁଧା ଯୋଜନା ଫେଲ ମାରିଛି । ନଳକୂପ ହିଁ ଏମାନଙ୍କ ସହାଭାରସା। ତାହା ମଧ୍ୟ ଅଚଳ ସାଙ୍ଗେ ସମାନ । ଘଂଟାଏ ମାରିଲେ ଗୋଟିଏ ହାଣ୍ଡି ପାଣି ବାହାରୁଛି । ସେ ପୁଣି ଗଳିଆ ପାଣି । ଏହି ପାଣି ପିଇବା ଉପଯୋଗୀ ନୁହେଁ କିନ୍ତୁ ପାନୀୟ ଜଳର କୌଣସି ବିକଳ୍ପ ନପାଇ ଲୋକେ ବାଧ୍ୟ ହୋଇ ଏହି ପାଣି ବ୍ୟବହାର କରୁଛନ୍ତି। ଏଠାରେ ବସୁଧା ସାଜିଛି ପ୍ରହସନ। ଗାଁ ମୁଣ୍ଡରେ ପାଣି ଟାଙ୍କି ନିର୍ମାଣ କରାଯାଇଛି । ଘରେ ଘରେ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ କରାଯାଇଛି। ମାତ୍ର ତାହା କାମରେ ଆସୁନି। ଏନେଇ ସ୍ଥାନୀୟ ପଂଚାୟତ ସରପଂଚ କିମ୍ବା ବିଡ଼ିଓ କେହି ବି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ୱାର୍ଡ ମେମ୍ବର କାମୁଲୁମୁଣ୍ଡାଗୁଡ଼ିଆଏବଂ ଗାଁ ର ଗଙ୍ଗା ପୂଜାରୀ, ବଲୁ ନାୟକ, ବଲବ ପପୁଲ, ପତି ପପୁଲ, ସୁକାନ୍ତ ପୂଜାରୀ । ଜଳ ହିଁ ଜୀବନ। ମାତ୍ର ରାଜ୍ୟ ସରକାରଙ୍କ ଅସଜଡା ବସୁଧା ଯୋଜନା ପାଇଁ ତେନ୍ତୁଳିପୋଡ଼ା ରେ ଜଳ ସାଜିଛି ଦୁଃଖର କାରଣ। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଲେ ବସୁଧା ଯୋଜନାର ଲାଭ ପାଇ ପାରିବେ ଉପାନ୍ତବାସୀ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande