
ଭୁବନେଶ୍ୱର, ୧୫ ଏପ୍ରିଲ (ହି.ସ.) - ଓଡ଼ିଶା ଗସ୍ତରେ ଆସି ବୁଧବାର ଭୁବନେଶ୍ୱରରେ ପହଂଚିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱାସର୍ମା। ବିହାରରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ବିହାର ରେ ବିଜେପିର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । କିନ୍ତୁ ଗଠବନ୍ଧନ ସରକାର ।ବିହାରରେ ବିଜେପି ସରକାର ନୁହେଁ ଏନଡିଏ ସରକାର ।
ସେହିପରି ମହିଳା ସଂରକ୍ଷଣ ନେଇ ସଂସଦ ରେ ବିସ୍ତୃତ ଆଲୋଚନା ହେବ । ଯାହାର ଯାହା ପରାମର୍ଶ ଅଛି ଦେଇପାରିବେ। ମହିଳାଙ୍କ ସଂରକ୍ଷଣ ପାଇଁ ବହୁତ ବର୍ଷ ହେଲା ଚିନ୍ତା କରାଯାଇନଥିଲା । ବର୍ତମାନ ଗୋଟେ ଭଲ ସମୟ । ମହିଳା ମାନଙ୍କୁ ସଂରକ୍ଷଣ ଦେବାରେ ଆବଶ୍ୟକ ରହିଛି । କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ମାନେ ଯଦି ମହିଳା ସଂରକ୍ଷଣ ବିଲ କୁ ସମର୍ଥନ କରିବେ ସେମାନଙ୍କ ମଧ୍ୟ ଭଲ ହେବ ।ସେମାନଙ୍କୁ ନିର୍ବାଚନ ରେ ମହିଳାଙ୍କ ସମର୍ଥନ ମିଳିବ, ଅଧିକ ଭୋଟ ପାଇବେ । କଂଗ୍ରେସ ପାଖରେ ମୌକା ଅଛି ତାମିଲନାଡୁ ଓ ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ବିଲକୁ ସମର୍ଥନ କରି ମହିଳାଙ୍କ ଭୋଟ ନିଜ ସପକ୍ଷରେ ନେଉ। ସୀମା ନିର୍ଧାରଣ କୁ ନେଇ ଯାହା ସରକାର ଙ୍କ ନିଷ୍ପତି ରହିଛି ସଂସଦ ରେ ବିସ୍ତୃତ ଆଲୋଚନା ହେବ । କିନ୍ତୁ ଆମ ସରକାର ଙ୍କ ଫୋକସ ରେ ରହିଛି ମହିଳା ଙ୍କ ସଂରକ୍ଷଣ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା