ଭଇଁଷା ଠାରେ ଧାନକ୍ରୟ ସୁବିଧା ପାଇଁ ଭିତ୍ତିଭୂମି ନିର୍ମାଣ ର ଶୁଭ ଉଦଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 15 ଏପ୍ରିଲ (ହି.ସ.) ଉପ ମୁଖ୍ୟମନ୍ତ୍ରୀ କନକ ବର୍ଧନ ସିଂହଦେଓ ଆଜି ପାଟଣାଗଡ଼ ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ଭଇଁଷା ଠାରେ ଧାନକ୍ରୟ ସୁବିଧା ପ୍ରବନ୍ଧ ପାଇଁ ଆବଶ୍ୟକତା ଆଧାରିତ ଭିତ୍ତିଭୂମି ନିର୍ମାଣ ର ଶୁଭ ଉଦଘାଟନ କରିଛନ୍ତି । ସେ ନିଜେ ସୋସିଆଲ ମିଡିଆ ଜରିଆରେ ଏହି ସୂଚନା ଦେଇଛନ୍ତ
ଭଇଁଷା ଠାରେ ଧାନକ୍ରୟ ସୁବିଧା  ପାଇଁ  ଭିତ୍ତିଭୂମି ନିର୍ମାଣ ର ଶୁଭ ଉଦଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 15 ଏପ୍ରିଲ (ହି.ସ.) ଉପ ମୁଖ୍ୟମନ୍ତ୍ରୀ କନକ ବର୍ଧନ ସିଂହଦେଓ ଆଜି ପାଟଣାଗଡ଼ ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ଭଇଁଷା ଠାରେ ଧାନକ୍ରୟ ସୁବିଧା ପ୍ରବନ୍ଧ ପାଇଁ ଆବଶ୍ୟକତା ଆଧାରିତ ଭିତ୍ତିଭୂମି ନିର୍ମାଣ ର ଶୁଭ ଉଦଘାଟନ କରିଛନ୍ତି । ସେ ନିଜେ ସୋସିଆଲ ମିଡିଆ ଜରିଆରେ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ନୂତନ ଭିତ୍ତିଭୂମି ଦ୍ୱାରା ସ୍ଥାନୀୟ ଚାଷୀମାନେ ସେମାନଙ୍କର ଅମଳ କରାଯାଇଥିବା ଧାନକୁ ଅତି ସହଜରେ ଏବଂ ସୁବିଧାରେ ବିକ୍ରୟ କରିପାରିବେ।ଆମ ଅଞ୍ଚଳର ଚାଷୀ ଭାଇମାନଙ୍କ ଉନ୍ନତି ଓ ସେମାନଙ୍କ ପରିଶ୍ରମର ଉଚିତ୍ ମୂଲ୍ୟ ପ୍ରଦାନ କରିବା ଆମର ମୁଖ୍ୟ ଲକ୍ଷ୍ୟ। ଏହି ନୂତନ ପ୍ରକଳ୍ପ ଦ୍ୱାରା ଧାନ ସଂଗ୍ରହ ପ୍ରକ୍ରିୟା ଅଧିକ ଶୃଙ୍ଖଳିତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande