ଶ୍ରୀମନ୍ଦିରରେ ସ୍ଲଟ ବୁକିଙ୍ଗ ମାଧ୍ୟମରେ ହେବ ଦର୍ଶନ ବ୍ୟବସ୍ଥା
ଭୁବନେଶ୍ୱର, ୧୫ ଏପ୍ରିଲ (ହି.ସ.) - ଖୁବଶୀଘ୍ର ସ୍ଲଟ ବୁକିଙ୍ଗ ମାଧ୍ୟମରେ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ ଉଭୟ ଲାଇନ ଏବଂ ସ୍ଲଟ ବୁକିଙ୍ଗ ଦର୍ଶନ ଜାରି ରହିବା ପାଇଁ ଆମେ ଯୋଜନା କରୁଛୁ । ସ୍ଲଟ ବୁକିଂ କ
Puri


ଭୁବନେଶ୍ୱର, ୧୫ ଏପ୍ରିଲ (ହି.ସ.) - ଖୁବଶୀଘ୍ର ସ୍ଲଟ ବୁକିଙ୍ଗ ମାଧ୍ୟମରେ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ ଉଭୟ ଲାଇନ ଏବଂ ସ୍ଲଟ ବୁକିଙ୍ଗ ଦର୍ଶନ ଜାରି ରହିବା ପାଇଁ ଆମେ ଯୋଜନା କରୁଛୁ । ସ୍ଲଟ ବୁକିଂ କରି ଶ୍ରଦ୍ଧାଳୁ ମାନେ କିଭଳି ନିର୍ଦ୍ଧିଷ୍ଟ ବୁକିଂ ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ତାକୁ ନଜରରେ ରଖି ଏଭଳି ବ୍ୟବସ୍ଥା ନାଇଁ ଚିନ୍ତା କରାଯାଉଛି। ସ୍ୱତନ୍ତ୍ର ହୋଲଡିଂ ଏରିଆରେ ସ୍ଲଟ ବୁକିଂ ମାଧ୍ୟମରେ ଦର୍ଶନ କରିବେ ଶ୍ରଦ୍ଧାଳୁ । ପ୍ରଥମେ ପରୀକ୍ଷାମୂଳକ ଭାବରେ ସ୍ଲଟ ବୁକିଂ ଦର୍ଶନ ବ୍ୟବସ୍ଥା କରାଯିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ହୋଇଛି । ମ୍ୟାନେଜିଙ୍ଗ କମିଟିରେ ଏନେଇ ଆଲୋଚନା ପରେ ସ୍ଲଟ ବୁକିଙ୍ଗକୁ ନେଇ ନିଷ୍ପତି ହେବ ।

ନାଟମଣ୍ଡପକୁ ମଧ୍ୟ ଖୁବଶୀଘ୍ର ଏୟାର କଣ୍ଡିସନଙ୍ଗି ପ୍ରକ୍ରିୟା ଆରମ୍ଭ ହୋଇଛି। ସେହିଭଳି ଧାଡି ଦର୍ଶନକୁ ନେଇ ପ୍ରସ୍ତୁତ ରାମ୍ପକୁ ଖୁବଶୀଘ୍ର ଲାଗୁ କରାଯିବ । ମନ୍ଦିରରେ ଏକ ସମୟରେ ସାଢେ ଚାରି ହଜାରରୁ ପାଂଚ ହଜାର ଶ୍ରଦ୍ଧାଳୁ ଏକା ସମୟରେ ଦର୍ଶନ କରିପାରିବେ । ସମସ୍ତ ଦିଗକୁ ନଜରରେ ରଖି ଅନେକ ଯୋଜନା ପ୍ରସ୍ତୁତ କରାଯାଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande