
-ମମତା ହତାଶ ହୋଇଗଲେଣି
ଭୁବନେଶ୍ୱର, ୧୫ ଏପ୍ରିଲ (ହି.ସ.) - ଓଡ଼ିଶା ଗସ୍ତରେ ଆସି ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା । ସେ କହିଛନ୍ତି ଯେ ରାହୁଲ ଜଣେ ପାଗଳ ତାଙ୍କ କଥା ନକହିବା ଭଲ । ରାହୁଲଙ୍କୁ ଖୋଲା ଖୋଲି ଚ୍ୟାଲେଞ୍ଜ ଦେଇ କହିଲେ ସାମ୍ନା ସାମନି ହୁଅ । ମୁଁ ଯଦି ରାହୁଲ ଗାନ୍ଧୀଙ୍କ ନାମ ରେ ୧୦ ଟି ଅଭିଯୋଗ ଆଣିବି ତାହାର ଉତର ରଖିବେ କି । ଜନତା ଓ ଗଣମାଧ୍ୟମ ସାମ୍ନାରେ ମୁଁ ମୋ ପାସପୋର୍ଟ ରଖିବି ରାହୁଲ ଗାନ୍ଧୀ ରଖିବେ କି ବୋଲି ପ୍ରଶ୍ନ କରିଛନ୍ତି। ରାହୁଲ ଗାନ୍ଧୀ କୁହନ୍ତୁ କେଉଁ କେଉଁ ଦେଶ ବୁଲିଛନ୍ତି । ରାହୁଲ ଗାନ୍ଧୀ ମୋ ବିଷୟରେ କହିବା ପୂର୍ବରୁ ଜାଣିବା ଦରକାର ସେ ଭଗବାନ ନୁହନ୍ତି । ମୁଁ ରାହୁଲ ଗାନ୍ଧି ଙ୍କୁ ଚାଲେଞ୍ଜ କରୁଛି ସେ ତାଙ୍କ ପାସପୋର୍ଟ ଆଣି ଦିଲ୍ଲୀ ରେ ଗଣମାଧ୍ୟମ ସାମ୍ନାକୁ ଆସନ୍ତୁ ମୁଁ ମଧ୍ୟ ମୋର ଓ ମୋ ପରିବାରର ପାସପୋର୍ଟ ଧରି ଆସିବି । ତାଙ୍କ ପାଖରେ କେଉଁ କେଉଁ ଦେଶର ଭିସା ଅଛି ସେ ଆଗ କୁହନ୍ତୁ । ମୋ ପରିବାର ପାଖରେ କୌଣସି ଗୋଲଡେନ ଭିସା ନାହିଁ ।
ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡା କାଉଂଟର କରି ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ମମତା ହତାଶ ହୋଇଗଲେଣି । ବାହାର ଲୋକଙ୍କୁ ଆଣି ବିଜେପି ଭୋଟ କରାଉଥିବା ନେଇ ମମତାଙ୍କ ଅଭିଯୋଗ ଉପରେ ହେମନ୍ତ କହିଛନ୍ତି ବାହାର ଲୋକଙ୍କୁ ଆଣି କେମିତି ଭୋଟ କରାଯାଏ ମୁଁ ଜାଣିନାହିଁ । ଯଦି ସମ୍ପୂର୍ଣ୍ଣ ଭାରତୀୟ ରେଳ ବ୍ୟବସ୍ଥାକୁ ଲଗାଯିବ ତାହେଲେ କଣ ୧ କୋଟି ଲୋକଙ୍କୁ ଅଣାଯାଇପାରିବ କି । ମମତା ହତାଶ ହେଇ ଆଡୁସାଡୁ ଗପୁଛନ୍ତି । ଆସାମରେ ଗତ ନିର୍ବାଚନ ଅପେକ୍ଷା ୨୦ ଲକ୍ଷ ଅଧିକ ଭୋଟ ଦେଇଛନ୍ତି କଣ ଆମେ ୨୦ ଲକ୍ଷ ଲୋକଙ୍କୁ ଆଣି ଭୋଟ ଦେଇଦେଲୁ କି । ଟ୍ରେନ ରେ କଣ ୨୦ ଲକ୍ଷ ଲୋକ ଆଇପାରିବେ କି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା