
ଭୁବନେଶ୍ୱର, ୧୫ ଏପ୍ରିଲ (ହି.ସ.) - ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ବୁଧବାର ଦିନ ରାଉରକେଲା ବିମାନ ବନ୍ଦର ପରିଦର୍ଶନ କରିଛନ୍ତି। ଏହାସହ ରାଷ୍ଟ୍ରପତିଙ୍କ ଆଗମନ ପ୍ରସ୍ତୁତି ସମ୍ପର୍କରେ ରିପୋର୍ଟ ସଂଗ୍ରହ କରିଛନ୍ତି।
ଏନେଇ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି କେନ୍ଦ୍ର୍ରମନ୍ତ୍ରୀ ଲେଖିଛନ୍ତି ଆଜି ରାଉରକେଲା ବିମାନ ବନ୍ଦର ପରିଦର୍ଶନ କଲି ଏବଂ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଆଗାମୀ ଗୌରବମୟ ଆଗମନ ପ୍ରସ୍ତୁତି ସମ୍ପର୍କରେ ରିପୋର୍ଟ ସଂଗ୍ରହ କଲି। ସ୍ଥାନୀୟ ଅଧିକାରୀ ଓ ପ୍ରଶାସନ ସହ ଆଲୋଚନା କରି ପୂର୍ବ ପ୍ରସ୍ତୁତି ଯଥାଯଥ ହୋଇଛି କି ନାହିଁ ତାହା ନିଶ୍ଚିତ କଲି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା