
ଭୁବନେଶ୍ୱର, 16 ଏପ୍ରିଲ୍ (ହି.ସ.)- ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାରେ ୫୦୦ ରୁ ୫୦୦ ନମ୍ବର
ରଖିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ
ମାଝୀ ।
ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ କହିଛନ୍ତି ଯେ, ସିବିଏସ୍ଇ
ଦଶମ ଶ୍ରେଣୀ ପରୀକ୍ଷାରେ ୫୦୦ ରୁ ୫୦୦ ନମ୍ବର ରଖି ସର୍ବଭାରତୀୟ ସ୍ତରରେ କୃତିତ୍ୱ ହାସଲ
କରିଥିବା ଓଡ଼ିଶାର ଦୁଇ ମେଧାବୀ ଛାତ୍ରୀ ଟିନା ରଥ ଏବଂ ଆଲିଶା ବିଶ୍ୱାଳଙ୍କୁ ମୋର ଅଶେଷ
ଶୁଭେଚ୍ଛା ଓ ଅଭିନନ୍ଦନ।
ଆଜି ଯେତେବେଳେ ଆମେ 'ନାରୀଶକ୍ତି'କୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସେମାନଙ୍କୁ ଆଗକୁ ନେବା ପାଇଁ
ସଂକଳ୍ପବଦ୍ଧ, ସେତିକିବେଳେ
ଓଡ଼ିଶାର ଝିଅମାନଙ୍କର ଏହି ଅସାଧାରଣ ସଫଳତା ଆମ ପାଇଁ ଅତ୍ୟନ୍ତ ଗୌରବର ବିଷୟ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ସଫଳତା ପ୍ରମାଣ କରୁଛି ଯେ ସୁଯୋଗ
ମିଳିଲେ ଆମ ଝିଅମାନେ ଆକାଶ ଛୁଇଁପାରିବେ। ଏହା ହିଁ 'ନାରୀଶକ୍ତି ବନ୍ଦନ'ର ପ୍ରକୃତ ପ୍ରତିଫଳନ। ଉଭୟ କୃତୀ ଛାତ୍ରୀଙ୍କ ସମେତ ସମସ୍ତ
ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା