
ମାଲକାନଗିରି, ୧୭ ଏପ୍ରିଲ୍ (ହି.ସ.)- ଓଡ଼ିଶାର ମହାନ ଜନନାୟକ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦେଶର ବର ପୁତ୍ର ସ୍ୱାଧୀନତ୍ତୋର ଓଡ଼ିଶା ବିକାଶର ସ୍ତପତି ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସ ନିର୍ବାଚନ ମଣ୍ଡଳୀ ସ୍ତରୀୟ ପାଳିତ ହୋଇଯାଇଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ମାଥିଲି ସଦର ମହକୁମା ଠାରେ ଥିବା ସହିଦ ଲକ୍ଷ୍ମଣ ନାୟକ ଭବନ ଠାରେ ମାଥିଲି ବିଜୁ ଜନତା ଦଳର ବ୍ଲକ ସଭାପତି ସଦାଶିଵ ପୂଜାରୀଙ୍କ ନେତୃତ୍ୱରେ ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସ ପାଳିତ ହୋଇଛି। ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ଦକ୍ଷିଣ ଓଡିଶା ଉପ ସଭାନେତ୍ରୀ ତଥା ମାଥିଲି ଜିଲ୍ଲା ପରିଷଦ ଜୋନ-୧ ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକ ଯୋଗ ଦେଇଥିଲେ। ସେହିପରି ମୁଖ୍ୟ ବକ୍ତା ଭାବରେ ଖଇରପୁଟ ବ୍ଲକ ସଭାପତି ସାଧୁ ହନ୍ତାଳ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ମାଥିଲି ଜୋନ୍-୩ ଜିଲ୍ଲାପରିଷଦ ସଭ୍ୟା ସସ୍ମିତା ମାଝୀ, ଖଇରପୁଟ ବ୍ଲକ ଜିଲ୍ଲା ପରିଷଦ ସଭ୍ୟ ବଳି ମାଝୀ, ମାଥିଲି ସଦର ସରପଞ୍ଚ କାନାମ ରାଜୁ ନାୟକ, ମେକ୍କା ପଞ୍ଚାୟତ ସରପଞ୍ଚ ରଞ୍ଜିତା ପୂଜାରୀ, ପାଙ୍ଗାମ ପଞ୍ଚାୟତ ସରପଞ୍ଚ ଇନ୍ଦ୍ର ନାୟକ, ଧୁଙ୍ଗିଆପୁଟ ସରପଞ୍ଚ ମଧୁସୂଦନ ନାୟକ, ଖଇରପୁଟ ବ୍ଲକ ପୋଡ଼ଘାଟ ସରପଞ୍ଚ ପ୍ରୀତମ ଗୁରୁତେଲି, କୁଟୁଣୀପାଲ୍ଲୀ ସରପଞ୍ଚ ପ୍ରତିନିଧି ଚନ୍ଦ୍ର ଶେଖର ନାୟକ, ବି.ଆର.ଆମ୍ବେଦକର ସ୍ମୃତି କମିଟିର ବ୍ଲକ ସଭାପତି ପୂର୍ଣ୍ଣ ଦୁରୁଆ ଓ ଚେଡେଙ୍ଗା ପଞ୍ଚାୟତ ସମିତି ସଭ୍ୟ ଡମୁ ପେରମା ଯୋଗଦେଇ ଓଡ଼ିଶାର ପ୍ରବାଦ ପୁରୁଷଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଳି ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା ପରେ ପ୍ରବାଦ ପୁରୁଷ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ଜୀବନୀ, ସ୍ଵାଧୀନତା ସଂଗ୍ରାମୀ ଓ ତାଙ୍କର ସାହାସିକତା ଏବଂ ଓଡିଶା ବିକାଶର ବିନ୍ଧାଣି ତାଙ୍କ ପାଇଁ ଓଡିଶା ଅଗ୍ରସର ହୋଇପାରିଛି ବୋଲି ପରି ପ୍ରକାଶ କରିଥିଲେ ଉପସ୍ଥିତ ଅତିଥିମାନେ। ଏହା ପରେ ଅତିଥିମାନେ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ଯାଇ ଚିକିତ୍ସାଧୀନ ରୋଗୀ ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ଫଳ ଓ ଥଣ୍ଡା ପାନୀୟଜଳ ବଣ୍ଟନ କରିଥଲେ।
ଆଜିର ଏହି କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଲକରୁ ବହୁ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ୱାର୍ଡ ମେମ୍ବର ସଭ୍ୟ/ସଭ୍ୟା ସମେତ ହଜାର ହଜାର ସକ୍ରିୟ କର୍ମୀ ଓ ବିଜୁ ପ୍ରେମୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ