ଦେଶି ମଦ ଚାଲାଣ ବେଳେ ୪ ଗିରଫ
ଜୟପୁର, ୧୮ ଏପ୍ରିଲ୍ (ହି.ସ.)- ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢଉ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ଦଣ୍ଡସେନାଗୁଡା ମଦନ ମୁଦୁଲି ଓ ଶୁକ୍ରୁ ମାଝୀ, ମଜୁରିଆଗୁଡା ଗ୍ରାମର ମାଧବ ଜାନିଙ୍କ ସହ ଜଣେ ମହିଳା । ଜୟପୁର ଅବକାରି ଥାନା ଆଜି ଦଣ୍ଡସେନାଗୁଡା ଓ ମଜ
ଦେଶି ମଦ ଚାଲାଣ ବେଳେ ୪ ଗିରଫ


ଜୟପୁର,

୧୮ ଏପ୍ରିଲ୍ (ହି.ସ.)-

ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢଉ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ଦଣ୍ଡସେନାଗୁଡା ମଦନ ମୁଦୁଲି ଓ ଶୁକ୍ରୁ ମାଝୀ, ମଜୁରିଆଗୁଡା ଗ୍ରାମର ମାଧବ ଜାନିଙ୍କ ସହ ଜଣେ ମହିଳା । ଜୟପୁର ଅବକାରି ଥାନା ଆଜି ଦଣ୍ଡସେନାଗୁଡା ଓ ମଜୁରିଆଗୁଡାରେ ଚଢଉ କରିଛି । ଚଢଉ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ୬୩ ଲିଟର ଦେଶି ମଦ ଜବତ କରିଛି । ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande