
ଜୟପୁର, ୧୮ ଏପ୍ରିଲ୍ (ହି.ସ.)- ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ଦକ୍ଷିଣ ପ୍ରାଥମିକ ଗୋଷ୍ଠୀ ସାଧନ କେନ୍ଦ୍ର ର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ସମଗ୍ର ଶିକ୍ଷଣ ସାମଗ୍ରୀ ତାଲିମ୍ ଶିବିର ଉଦଯାପିତ ହୋଇଛି l ଜୟପୁର ସହରର ସୁନାରି ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ତା ୧୭.୦୪.୨୦୨୬ ଓ ୧୮.୦୪.୨୦୨୬ ରିଖ ଦୁଇ ଦିନ ଧରି ସମଗ୍ର ଶିକ୍ଷଣ ସାମଗ୍ରୀ ତାଲିମ୍ ଶିବିର ଅନୁଷ୍ଠିତ ହୋଇଥିଲା l ଦକ୍ଷିଣ ପ୍ରାଥମିକ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜିକା ବିଜୟ ଲକ୍ଷ୍ମୀ ପାଣିଗ୍ରାହୀ ଉକ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବିଭିନ୍ନ ପ୍ରକାରର ସମଗ୍ର ଶିକ୍ଷଣ ସାମଗ୍ରୀ ତିଆରି କରିଥିଲେ, ଯାହାକି ଶିଶୁ ବାଟିକା ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଶିକ୍ଷା କ୍ଷେତ୍ରରେ ସହାୟକ ହେବ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର ଚନ୍ଦନ କୁମାର ନାୟକ ସୂଚନା ଦେଇଥିଲେ lଆଜିର ଏହି ଉଦଯାପନି ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର ଚନ୍ଦନ କୁମାର ନାୟକ, ସହକାରି ଗୋଷ୍ଠୀ ଶିକ୍ଷା ଅଧିକାରୀ କେ. ଗୋପାଳ, ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ସହାୟକ ଶଶୀ ଭୂଷଣ ଦାସ ଯୋଗଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷୟିତ୍ରୀ କେ. ସୁନିତା, ସହକାରୀ ଶିକ୍ଷୟତ୍ରୀ ମନ୍ଦାକିନୀ ମିଶ୍ର, ବବିତା ପାତ୍ର, ପଦ୍ମଜା ଷଡ଼ଙ୍ଗୀ, ଗିତାଞ୍ଜଳି ପଣ୍ଡା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ l ପଞ୍ଚାନନ ମିଶ୍ର ସମଗ୍ର ଶିକ୍ଷଣ ସାମଗ୍ରୀ ବିଷୟରେ ସମସ୍ତଙ୍କୁ ତାଲିମ୍ ଦେଇଥିବାରୁ ଶିବିର ତରଫରୁ ତାଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି