ସୋସିଆଲ ମିଡ଼ିଆରେ ବିଭ୍ରାନ୍ତିକର ବିଷୟବସ୍ତୁ ଉପରେ ନିର୍ବାଚନ କମିଶନଙ୍କ କଠୋର କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ
ନୂଆଦିଲ୍ଲୀ, ୧୯ ଏପ୍ରିଲ (ହି.ସ.) - ପାଂଚଟି ରାଜ୍ୟର ବିଧାନସଭା ନିର୍ବାଚନ ଏବଂ ଆଠଟି ଆସନ ପାଇଁ ଅନୁଷ୍ଠିତ ଉପନିର୍ବାଚନ ସମୟରେ ସୋସିଆଲ ମିଡ଼ିଆରେ ପ୍ରସାରିତ ବିଭ୍ରାନ୍ତିକର ବିଷୟବସ୍ତୁ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଜାରି କରିଛନ୍ତି । କମିଶନ କହିଛନ୍ତି ଯେ,
ସୋସିଆଲ ମିଡ଼ିଆରେ ବିଭ୍ରାନ୍ତିକର ବିଷୟବସ୍ତୁ ଉପରେ ନିର୍ବାଚନ କମିଶନଙ୍କ କଠୋର କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ


ନୂଆଦିଲ୍ଲୀ, ୧୯ ଏପ୍ରିଲ (ହି.ସ.) - ପାଂଚଟି ରାଜ୍ୟର ବିଧାନସଭା ନିର୍ବାଚନ ଏବଂ ଆଠଟି ଆସନ ପାଇଁ ଅନୁଷ୍ଠିତ ଉପନିର୍ବାଚନ ସମୟରେ ସୋସିଆଲ ମିଡ଼ିଆରେ ପ୍ରସାରିତ ବିଭ୍ରାନ୍ତିକର ବିଷୟବସ୍ତୁ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଜାରି କରିଛନ୍ତି । କମିଶନ କହିଛନ୍ତି ଯେ, ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ, ୨୦୦୦, ଆଇଟି ନିୟମ, ୨୦୨୧ ଏବଂ ଆଦର୍ଶ ଆଚରଣ ସଂହିତାର ବ୍ୟବସ୍ଥା ଅନୁଯାୟୀ, ସମସ୍ତ ସମ୍ପୃକ୍ତ ପକ୍ଷ ଡିଜିଟାଲ ପ୍ଲାଟଫର୍ମର ଦାୟିତ୍ୱପୂର୍ଣ୍ଣ ଏବଂ ନୈତିକ ବ୍ୟବହାର ନିଶ୍ଚିତ କରିବା ଉଚିତ । ନିର୍ବାଚନ କମିଶନଙ୍କ ଅନୁଯାୟୀ, ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଗୁଡ଼ିକୁ ଯେ କୌଣସି ଭ୍ରାମକ, କୃତିମ ତଥ୍ୟ ଦ୍ୱାରା ପ୍ରସ୍ତୁତ କିମ୍ବା ହେରଫେର କରାଯାଇଥିବା ବିଷୟବସ୍ତୁ ବିରୁଦ୍ଧରେ ତିନି ଘଂଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ । ଏହା ବ୍ୟତୀତ, ରାଜନୈତିକ ଦଳ, ପ୍ରାର୍ଥୀ ଏବଂ ପ୍ରଚାର ସହିତ ଜଡ଼ିତ ପ୍ରତିନିଧିମାନେ ନିଶଚିତ କରିବେ ଯେ, କୃତ୍ରିମ ଭାବରେ ସୃଷ୍ଟି ହୋଇଥିବା କିମ୍ବା ପରିବର୍ତିତ ବିଷୟବସ୍ତୁକୁ କୃତ୍ରିମ ବୁଦ୍ଧିମତାଜନିତ କିମ୍ବା ଡିଜିଟାଲି ପରିବର୍ତିତ, ଭାବରେ ସ୍ପଷ୍ଟ ଭାବରେ ଚିହ୍ନିତ କରାଯାଇଛି ଏବଂ ଏହାର ଉତ୍ସ ସମ୍ବନ୍ଧୀୟ ସୂଚନା ମଧ୍ୟ ପ୍ରଦାନ କରାଯାଇଛି । କମିଶନ କହିଛନ୍ତି ଯେ, ଆସାମ, କେରଳ, ତାମିଲନାଡ଼ୁ, ପୁଡ଼ୁଚୋରୀ ଏବଂ ପଶ୍ଚିମବଙ୍ଗରେ ଚାଲିଥିବା ବିଧାନସଭା ନିର୍ବାଚନ ସମୟରେ ସୋସିଆଲ ମିଡ଼ିଆ ବିଷୟବସ୍ତୁ ଉପରେ ନଜର ରଖାଯାଇଛି । ଆଚରଣ ସଂହିତା ଉଲ୍ଲଂଘନ କରୁଥିବା, ଆଇନ ଶୃଙ୍ଖଳାକୁ ପ୍ରଭାବିତ କରୁଥିବା କିମ୍ବା ଭୋଟ ପ୍ରକ୍ରିୟା ସମ୍ପର୍କରେ ଭ୍ରାମକ ସୂଚନା ପ୍ରସାରଣ କରୁଥିବା ବିଷୟବସ୍ତୁ ବିରୁଦ୍ଧରେ ସମ୍ପୃକ୍ତ କର୍ତୃପକ୍ଷଙ୍କ ଦ୍ୱାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande