
ହରିଦ୍ୱାର, ୧୯ ଏପ୍ରିଲ୍(ହି.ସ.) – ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ହରିଦ୍ୱାରରେ ଏକ କାର୍ଯ୍ୟକ୍ରମ ସମୟରେ ମଦ୍ରାସା ଶିକ୍ଷାକୁ ନେଇ ବଡ଼ ଏବଂ ଶକ୍ତ ସନ୍ଦେଶ ଦେଇଛନ୍ତି। ସେ ସ୍ପଷ୍ଟ କହିଛନ୍ତି ଯେ ରାଜ୍ୟରେ ସଂଚାଳିତ ସମସ୍ତ ମଦ୍ରାସାରେ ଏବେ ଉତରାଖଣ୍ଡ ବିଦ୍ୟାଳୟ ଶିକ୍ଷା ପରିଷଦର ନିର୍ଦ୍ଧାରିତ ପାଠ୍ୟକ୍ରମ ଲାଗୁ କରାଯିବ। ଯେଉଁ ମଦ୍ରାସା ଏହି ପାଠ୍ୟକ୍ରମକୁ ଆପଣାଇବେ ନାହିଁ, ତାକୁ ବନ୍ଦ କରିଦିଆଯିବ। ମୁଖ୍ୟମନ୍ତ୍ରୀ ଶୀଘ୍ର ରାଜ୍ୟର ମଦ୍ରାସା ବୋର୍ଡ଼ ଭାଙ୍ଗି ନୂଆ ପ୍ରାଧିକରଣ ଲାଗୁ କରିବା କଥା କହିଛନ୍ତି।
ମୁଖ୍ୟମନ୍ତ୍ରୀ ଧାମୀ ରବିବାର ଦିନ ଏଠାରେ ଅଖଣ୍ଡ ପରମ ଧାମରେ ସ୍ୱାମୀ ପରମାନନ୍ଦ ଗିରିଙ୍କସ୍ନ୍ୟାସ ଦିବସ ସମାରୋହକୁ ସମ୍ବୋଧିତ କରିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ଷ ବର୍ଷ ଧରି ସଂଚାଳିତ ମଦ୍ରାସା ବୋର୍ଡ଼କୁ ଭଙ୍ଗ କରିଦିଆଯାଇଛି। ଏବେ ଏହାର ଜାଗା ଉତରାଖଣ୍ଡ ଅଳ୍ପସଂଖ୍ୟକ ଶିକ୍ଷା ପ୍ରାଧିକରଣର ଗଠନ କରାଯାଇଛି। ଏଥିରେ ସମସ୍ତ ମଦ୍ରାସାକୁ ପ୍ରାଧିକରଣରୁ ମାନ୍ୟତା ନେବା ଅନିବାର୍ଯ୍ୟ ହେବ ଏବଂ ଉତରାଖଣ୍ଡ ବୋର୍ଡ଼ରୁ ସମ୍ବଦ୍ଧତା ମଧ୍ୟ ଜରୁରୀ ହେବ। ସେ କହିଛନ୍ତି ଯେ ରାଜ୍ୟରେ ୧ ଜୁଲାଇ ୨୦୨୬ରେ ବୋର୍ଡ଼ର ପାଠ୍ୟକ୍ରମ ଲାଗୁ କରାଯିବ ଏବଂ ଯେଉଁ ମଦ୍ରାସା ଏହି ପାଠ୍ୟକ୍ରମକୁ ଆପଣାଇବେ ନାହିଁ, ତାକୁ ବନ୍ଦ କରିଦିଆଯିବ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି