ଗୋଟିଏ ରାତ୍ରୀରେ ଗ୍ରାମରେ ଦୁଇଟି ଗୃହରେ ଚୋରି ଅଭିଯୋଗ
ଜୟପୁର, ୦୨ ଏପ୍ରିଲ୍(ହି.ସ.) – ଜୟପୁର ସଦରଥାନାରେ ବାଗ୍ରାଗୁଡା ଗ୍ରାମ ଠାରେ ଗୋଟିଏ ରାତ୍ରୀରେ ଦୁଇଟି ଗୃହରେ ଚୋରି ନେଇ ଅଭିଯୋଗ ହୋଇଛି। ଏଥିନେଇ ପୁଲିସ ଦୁଇଟି ପୃଥକ ପୃଥକ ମାମାଲ ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ସୂଚନା ଅନୁଯାୟୀ, ବିଳମ୍ବିତ ରାତ୍ରୀରେ ସଦରଥାନାର ବାଗ୍ରାଗୁଡା ଗ
ଗୋଟିଏ ରାତ୍ରୀରେ ଗ୍ରାମରେ ଦୁଇଟି ଗୃହରେ ଚୋରି ଅଭିଯୋଗ


ଜୟପୁର, ୦୨ ଏପ୍ରିଲ୍(ହି.ସ.) – ଜୟପୁର ସଦରଥାନାରେ ବାଗ୍ରାଗୁଡା ଗ୍ରାମ ଠାରେ ଗୋଟିଏ ରାତ୍ରୀରେ ଦୁଇଟି ଗୃହରେ ଚୋରି ନେଇ ଅଭିଯୋଗ ହୋଇଛି। ଏଥିନେଇ ପୁଲିସ ଦୁଇଟି ପୃଥକ ପୃଥକ ମାମାଲ ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ସୂଚନା ଅନୁଯାୟୀ, ବିଳମ୍ବିତ ରାତ୍ରୀରେ ସଦରଥାନାର ବାଗ୍ରାଗୁଡା ଗ୍ରାମ ଠାରେ ଗୁରୁ ଖିଲ ଏବଂ ତାଙ୍କ ମା ନିଜ ଗୃହରେ ଶୋଇଥିବା ବେଳେ ମାଙ୍କ ଏକ ଲୁହା ଟିଣ ବାକ୍ସକୁ କୌଣସି ଦୁର୍ବୃତ ମାନେ ଗୃହରେ ପ୍ରବେଶ କରିବା ସହିତ ଚୋରି କରି ନେଇଯାଇଛନ୍ତି। ଉକ୍ତ ବାକ୍ସରେ ସାଢେ ୧୨ ହଜାଟ ଟଙ୍କା, ଗୋଟିଏ ତୋଳା ସୁନା ଅଳଙ୍କାର ଏବଂ ଜମି ପଟ୍ଟା ରହିଥିଲା। ଏହିପରୁ ଉକ୍ତ ଦିନ ରାତିରେ ଉକ୍ତ ଗ୍ରାମର ରାମକୃଷ୍ଣ ବଡନାୟକ ନିଜ ଗୃହରେ ବାପା ଓ ମାଙ୍କ ଉପସ୍ଥିତିରେ ଶୋଇଥିବା ବେଳେ ତାଙ୍କ ଗୃହ ଭିତରେ ମଧ୍ୟ ଦୁର୍ବୃତ ମାନେ ପ୍ରବେଶ କରିବା ସହିତ ଟିଣ ବାକ୍ସ ଚୋରି କରିନେଥିଲେ। ଉକ୍ତ ବାକ୍ସରେ ୪ ଲକ୍ଷ ଟଙ୍କା ଏବଂ ୨ ତୋଳାର ସୁନା ଅଳଙ୍କାର ରହିଥିବା ନେଇ ଏତଲାରେ ଦର୍ଶାଇଛନ୍ତି। ପୁଲିସ ତଦନ୍ତ ଆରମ୍ଭ କରିଥିଲେ ସୁଦ୍ଧା ଉକ୍ତ ଗ୍ରାମର କୌଣସି ଦୁର୍ବୃତ ଏହି ଚୋରିରେ ସାମିଲ ହୋଇଥିବା ନେଇ ସନ୍ଦେହ କରାଯାଉଛି। ଏଥିନେଇ ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande