
ଭଦ୍ରକ, ୨ ଅପ୍ରେଲ (ହି.ସ.) - ଭଦ୍ରକ ସହର ର ଅଗ୍ରଣୀ ନାଟ୍ୟସଂସ୍ଥା ନଟରାଜ ସାଂସ୍କୃତିକ ଅନୁଷ୍ଠାନ ଦାମନଯୋଡି, କୋରାପୁଟ ଠାରେ ହେଉଥିବା ବିଂଶ ପଂଚପଟମାଳି ନାଟ୍ୟ ମହୋତ୍ସବ ରେ ହେଉ ଥିବା ନାଟକ ପ୍ରତିଯୋଗିତା କୁ ତାର ନାଟକ ଈଶ୍ୱର ଆଲ୍ଲା ତେରେ ନାମ ନେଇ ଭଦ୍ରକ ରୁ ଯାଇଛି । ଭଦ୍ରକ ର ଅନେକ ନାଟ୍ୟ ପ୍ରେମୀ ଓ ଅନ୍ୟାନ୍ୟ ନାଟ୍ୟ ସଂସ୍ଥା ର କର୍ମକର୍ତା ମାନେ ଭଦ୍ରକ ରେଲୱେ ଷ୍ଟେସନ ରେ ଉପସ୍ଥିତ ରହି ନଟରାଜ ର ସମସ୍ତ ସଦସ୍ୟା ଙ୍କୁ ଶୁଭକାମନା ଜଣେଇ ଥିଲେ । ନଟରାଜ ତାର ନାଟକ ଟିକୁ ତେର ଦିନ ବ୍ୟାପି ମହୋତ୍ସବ ର ପ୍ରଥମ ଦିନ ରେ ତା ୦୩/୦୪/୨୦୨୬ ରେ ମଂଚସ୍ଥ କରିବ । ନଟରାଜ ର ଏହି ନାଟକ ଟିର କାହାଣୀ ଯୁଗଉପଯୋଗୀ ଏବଂ ବଳିଷ୍ଠ ତଥା ଏହାର କଳାକାର ମାନଙ୍କର ଦୀର୍ଘ ଦିନ ର ଅନୁଭୂତି ଓ ଜୀବନ୍ତ ଅଭିନୟ ଯୋଗୁଁ, ଏହି ପ୍ରତିଯୋଗିତା ରେ ନଟରାଜ, ଭଦ୍ରକ ପାଇଁ ସୁନାମ ଆଣିଦେବ ବୋଲି ରେଲୱେ ଷ୍ଟେସନ ଠାରେ ଅନୁଷ୍ଠାନ ର ବରିଷ୍ଠ କର୍ମକର୍ତା ଶିବ ପ୍ରସାଦ ମହାନ୍ତି ପ୍ରକାଶ କରିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ