ରାଜପଥରେ ହୁତୁହୁତୁ ହୋଇ ଜଳିଲା ହାଇୱା, ଅଳ୍ପକେ ବର୍ତିଲେ ଡ୍ରାଇଭର
ଭଦ୍ରକ, ୨ ଅପ୍ରେଲ (ହି.ସ.) - ଜାତୀୟ ରାଜପଥ ରେ ହୁତୁ ହୁତୁ ହୋଇ ଜଳିଲା ହଇୱା। ଅଳ୍ପକେ ବର୍ତି ଗଲେ ଡ୍ରାଇଭର ବିଜୟ କୁମାର ନାଥ। ରାଜପଥରେ ଯାତାୟାତ ବାଧାପ୍ରାପ୍ତ। ୧୬ ନମ୍ୱର୍ ଜାତୀୟ ରାଜପଥ ର ଭଦ୍ରକ ଗ୍ରାମାଂଚଳ ଥାନା ଅଧିନ ଗୋପବନ୍ଧୁ ପୁର ଛକ ନିକଟରେ ଘଟଣା ଘଟିଛି । ସୂଚନା ଅନୁଯାୟୀ ଭଦ୍ରକରୁ ଭୁବ
RAJAPATHA RE JALILA HIWA


ଭଦ୍ରକ, ୨ ଅପ୍ରେଲ (ହି.ସ.) - ଜାତୀୟ ରାଜପଥ ରେ ହୁତୁ ହୁତୁ ହୋଇ ଜଳିଲା ହଇୱା। ଅଳ୍ପକେ ବର୍ତି ଗଲେ ଡ୍ରାଇଭର ବିଜୟ କୁମାର ନାଥ। ରାଜପଥରେ ଯାତାୟାତ ବାଧାପ୍ରାପ୍ତ। ୧୬ ନମ୍ୱର୍ ଜାତୀୟ ରାଜପଥ ର ଭଦ୍ରକ ଗ୍ରାମାଂଚଳ ଥାନା ଅଧିନ ଗୋପବନ୍ଧୁ ପୁର ଛକ ନିକଟରେ ଘଟଣା ଘଟିଛି । ସୂଚନା ଅନୁଯାୟୀ ଭଦ୍ରକରୁ ଭୁବନେଶ୍ୱର ଆଡ଼କୁ ଯାଉଥିବା ହାଇୱାରେ ହଠାତ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡରେ ଗାଡିଟି ସମ୍ପୂର୍ଣ ଜଳି ଯାଇଛି। ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଛି। ନିଆଁ ଲାଗିବା କାରଣରୁ ଭଦ୍ରକ ଭୁବନେଶ୍ୱର ପାର୍ଶ୍ୱ ରାଜପଥ ଗାଡି ଚଳାଚଳ ବନ୍ଦ ରହିଥିବାବେଳେ ପରବର୍ତୀ ସମୟରେ ତାହା ସ୍ୱାଭାବିକ ହୋଇଥିଲା। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande