
ଜୟପୁର, ୦୨ ଏପ୍ରିଲ୍(ହି.ସ.) – ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ କାରଣରୁ ଜିଲ୍ଲରେ ରନ୍ଧନ ଗ୍ୟାସ ସଙ୍କଟ ପରିସ୍ଥିତି ଉପୁଜିଥିବା ବେଳେ ଆଜି ବ୍ଲକ ଏନ ଫୋର୍ସମେଂଟ ଟିମ ପକ୍ଷରୁ ଆଜି ଜୟପୁର ସହରର ୩ଟି ସ୍ଥାନରେ ଚଢାଉ କରି ୫୧ଟି ସିଲିଣ୍ତର ଜବତ କରାଯାଇଛି। ତହସିଲଦାର ତଥା ଏନଫୋର୍ସମେଂଟ ଟିମ ଅଧ୍ୟକ୍ଷ ସବ୍ୟସାଚ୍ଚିଜେନାଙ୍କ କହିବାନୁଯାୟୀ ଅନେକ ହିତାଧିକାରୀ ଗ୍ୟାସ ବହିକୁ ନିଜ ଅଧିନରେ ରଖି ବୁକିପ୍ସ କରିବା ସହ ଏସବୁ ଗ୍ୟାସ ଭର୍ତି ଟାଙ୍କିକୁ ଅନ୍ୟତ୍ର ଚଢା ଦରରେ ବିକ୍ରି କରି ଆସୁଛନ୍ତି। ବିଭିନ୍ନ କମ୍ପାନୀର ଡିପୋ ତଥା ଡିଷ୍ଟ୍ରିବ୍ୟୁଟରଙ୍କ ପାଖରୁ ଗ୍ୟାସ ଟାଙ୍କି ଉଠାଇ ବ୍ୟବସାୟ କରି ଆସୁଥିବାର ସୁରାକ ମିଳିବା ପରେ ଆଜି ହଠାତ ଚଢାଉ କରାଯାଇଥିଲା। ପ୍ରଥମେ ବାରିଣିପୁଟ ସ୍ଥିତ କିଆ ସୋରୁମ ପଛପଟେ ଥିବା ଏକ କଳାବଜାରୀ ଗୋଦାମ,ପୁରୁଣା ବସଷ୍ଟଣ୍ତ ନିକଟସ୍ଥ ଇଣ୍ତିଆନ ଅଏଲ ପେଟ୍ରୋଲ ପମ୍ପ ନିକଟରେ ଥିବା ଶର୍ମା ଗ୍ୟାସ ଏଜେନ୍ସି,ଏବପ୍ସ ଏମଜି ରୋଡ ନିକଟରେ ଥିବା ଏକ ଗୋଦାମ ଗୃହ ମୋଟ ୩ଟି ସ୍ଥାନରେ ଚଢାଉ କରି ୫୧ଟି ସିଲିଣ୍ଡର ଜବତ କରାଯାଇଛି। ଏହି ଚଢାଉରେ ବିଭିନ୍ନ କମ୍ପାନୀର ଗ୍ୟାସ ରହିଛି। ଇଣ୍ତିଆନ, ଏଚପି, ଭାରତ ଗ୍ୟାସ ଭଳି ସମସ୍ତ ପ୍ରକାରର ସିଲିଣ୍ତର ଜବତ କରାଯାଇଛି। ଆଗାମୀ ଦିନରେ ବିଭିନ୍ନ ଡିଷ୍ଟିବ୍ୟୁଟରମାନଙ୍କ ଗୋଦାମ ଗୁଡିକରେ ଚଢାଉ କରାଯିବ ଏବପ୍ସ କେତେ ପରିମାଣର ଗ୍ୟାସ କାହାକୁ ଦିଆଯାଉଛି ତାହାର ତଦନ୍ତ କରାଯିବ। ଆଗାମୀ ଦିନରେ ମଧ୍ୟ ଏହି ଯାଂଚ ଅଭିଯାନ ଅଧିକ ଗତିଶୀଳ ହେବ ବୋଲି ଶ୍ରୀ ଜେନା ପ୍ରକାଶ କରିଛନ୍ତି। ଆଜିର ଏହି ଚଢାଉ କାର୍ଯ୍ୟକ୍ରମରେ ଯୋଗାଣ ବିଭାଗ, ସଦରପୁଲିସ, ପୌରପାଳିକାର କର୍ମଚାରୀ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି