ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ପ୍ରଚଳନକୁ ବିରୋଧ କରି କଳାଦିବସ ପାଳନ ଓ ପ୍ରତିବାଦ ସଭା
ଭଦ୍ରକ, ୨ ଅପ୍ରେଲ (ହି.ସ.) - ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ପ୍ରଚଳନକୁ ବିରୋଧ କରି ବିଭିନ୍ନ ଟ୍ରେଡ଼ ୟୁନିୟନ ଯଥା ସିଆଇଟିୟୁ, ଏଆଇଟିୟୁସି, ଏଆଇସିସିଟିୟୁ, ଆଇଏନଟିୟୁସି, ଏଚ୍ ଏମ୍ ଏସ୍ ପକ୍ଷରୁ ମିଳିତ ଭାବେ ଭଦ୍ରକ ବନ୍ତ ଛକ ଠାରେ କଳାଦିବସ ପାଳନ କରାଯିବା ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି
SRAMIKA BIRODHI PRATIBAD SABHA


ଭଦ୍ରକ, ୨ ଅପ୍ରେଲ (ହି.ସ.) - ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ପ୍ରଚଳନକୁ ବିରୋଧ କରି ବିଭିନ୍ନ ଟ୍ରେଡ଼ ୟୁନିୟନ ଯଥା ସିଆଇଟିୟୁ, ଏଆଇଟିୟୁସି, ଏଆଇସିସିଟିୟୁ, ଆଇଏନଟିୟୁସି, ଏଚ୍ ଏମ୍ ଏସ୍ ପକ୍ଷରୁ ମିଳିତ ଭାବେ ଭଦ୍ରକ ବନ୍ତ ଛକ ଠାରେ କଳାଦିବସ ପାଳନ କରାଯିବା ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଶିଳ୍ପ ବିବାଦ ଆଇନ ମାଧ୍ୟମରେ ଆମ ଦେଶର ଶ୍ରମିକ ଶ୍ରେଣୀ ପୂର୍ବରୁ ନିଜର ମଜୁରୀ ମାଲିକ ଶ୍ରେଣୀ ବିରୁଦ୍ଧରେ ମୁଲଚାଲ କରିପାରୁଥିଲା । ଶ୍ରମ କୋର୍ଡ ମାଧ୍ୟମରେ ଏହି ଆଇନକୁ ଉଛେଦ କରାଯାଇଛି । ୧୮୮୬ ମସିହା ବିଶ୍ୱ ଶ୍ରମିକ ଶ୍ରେଣୀ ଲଢେଇ କରି ହାସଲ କରିଥିବା ଦୈନିକ ୮ ଘଂଟା ଶ୍ରମ କରିବାର ଅଧିକାର ପାଇଥିଲା । ଶ୍ରମ କୋର୍ଡ ମାଧ୍ୟମରେ ଏହି ଆଇନକୁ ଉଛେଦ କରାଯାଇଛି । ପୂର୍ବ ଆଇନ ଅନୁଯାୟୀ ୧୦୦ ଜଣ ଶ୍ରମିକ କାମ କରୁଥିବା ଶିଳ୍ପକୁ ମାଲିକ ଶ୍ରେଣୀ ବଂଦ କରିବା ପାଇଁ ସରକାରଙ୍କ ଅନୁମତି ଚାହୁଁଥିଲେ । ଶ୍ରମ କୋର୍ଡ ମାଧ୍ୟମରେ ଏବେ ମାଲିକ ଶ୍ରେଣୀ ଚାହିଁଲେ ଏହି କାରଖାନାକୁ ମନଇଛା ବଂଦ କରିଦେବେ । ମହିଳା ମାନେ ଦିନ ଦ୍ୱିପ୍ରହରେ ଧର୍ଷଣର ଶିକାର ହେଉଥିବା ବେଳେ ମୋଦି ସରକାର ଲେବର କୋର୍ଡ ମାଧ୍ୟମରେ ମହିଳା ଶ୍ରମିକ ମାନଙ୍କୁ ରାତିରେ ୧୨ ଘଂଟା କାମ କରିବା ପାଇଁ ଆଇନଗତ ଭାବେ ବାଧ୍ୟ କରିବା ଘଟଣାକୁ ଶ୍ରମିକ ନେତୃବୃନ୍ଦ ବିରୋଧ କରିଥିଲେ । ପୂର୍ବରୁ ୮ ଘଂଟା କାମ କରୁଥିଲେ ଦୈନିକ ମଜୁରୀ ଯାହା ଥିଲା, ବର୍ତମାନ ୧୨ ଘଂଟା କାମ କଲେ ବି ମଜୁରୀ ବଢିବାର କୌଣସି ବ୍ୟବସ୍ଥା କରିନଥିବାରୁ ଶ୍ରମିକ ନେତୃବୃନ୍ଦ ଦୃଢ ବିରୋଧ କରିଥିଲେ । ଏହି ପ୍ରତିବାଦ ଆନ୍ଦୋଳନରେ ସିଆଇଟିୟୁ ଜିଲ୍ଲା ସଭାପତି ଦିବ୍ୟସିଂହ ନାୟକ,ଜିଲ୍ଲା ସଂପାଦକ କାଳନ୍ଦୀ ପାତ୍ର,ଯୁବନେତା ବିକାଶ ନାଥ, ଏଆଇସିସିଟିୟୁ ଜିଲ୍ଲା ସଭାପତି ସମର ବଳ, ଶ୍ରମିକ ନେତ୍ରୀ ରଞ୍ଜିତା ପଣ୍ଡା,କୃଷକ ନେତା ନିରଞ୍ଜନ ପାଣି, ଓଡିଶା କ୍ଷେତମଜଦୂର ୟୁନିୟନ ଜିଲ୍ଲା ସଂପାଦକ ଗିରିଧାରୀ ନାଥ, ମହିଳା ନେତ୍ରୀ ଶାନ୍ତିଲତା ରାଉତ ପ୍ରମୁଖ ନେତୃତ୍ୱ ନେଇଥିଲେ । ଆଗାମୀ ଦିନରେ ଏହି ଆନ୍ଦୋଳନକୁ ତୀବ୍ରତର କରିବାକୁ ଆହ୍ୱାନ ଜଣାଇଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande