ଜାନକୀ କହିଥିଲେ ନବୀନ ଆସିଲେ ବିଜୟର କ୍ଷତି ହେବ
ଭୁବନେଶ୍ୱର, ୨୧ ଏପ୍ରିଲ (ହି.ସ.)- ଜାନକୀ ବାବୁ ଜ୍ୟୋତିଷ ଭାବେ ମତେ ସତର୍କ କରିଥିଲେ। ଜାନକୀ କହିଥିଲେ ନବୀନ ଆସିଲେ ବିଜୟର କ୍ଷତି ହେବ। ବିଜେଡି ଗଠନ ବେଳେ ବିଜୟଙ୍କୁ ଚେତାଇ ଦେଇଥିଲେ ଜାନକୀ। ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଣ୍ୟ ତିଥିରେ ବଡ଼ ବୟାନ ଦେଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର। ଓଡ଼ିଶା
Bijay mohapatra


ଭୁବନେଶ୍ୱର, ୨୧ ଏପ୍ରିଲ (ହି.ସ.)- ଜାନକୀ ବାବୁ ଜ୍ୟୋତିଷ ଭାବେ ମତେ ସତର୍କ କରିଥିଲେ। ଜାନକୀ କହିଥିଲେ ନବୀନ ଆସିଲେ ବିଜୟର କ୍ଷତି ହେବ। ବିଜେଡି ଗଠନ ବେଳେ ବିଜୟଙ୍କୁ ଚେତାଇ ଦେଇଥିଲେ ଜାନକୀ। ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଣ୍ୟ ତିଥିରେ ବଡ଼ ବୟାନ ଦେଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର। ଓଡ଼ିଶା ନାଗରିକ ମଂଚ ଦ୍ୱାରା ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଅଭିଭାଷଣ ବେଳେ ନିଜ ଅନୁଭୂତି ବାଂଟି ବିଜୟ ମହାପାତ୍ର କହିଛନ୍ତି, ସେତବେଳେ ଆମେ ଦଳ ଗଠନ କରୁଥାଉ ଅରୁଣ ଦେଙ୍କ ଜରିଆରେ ଜାନକୀ ମୋ ସହ କଥା ହେବା ପାଇଁ ଡକାଇଥିଲେ। ମୁଁ କଥା ହେବା ପାଇଁ ମନା କରିଥିଲି ଅରୁଣଙ୍କୁ ଜାନକୀ କହିଥିଲେ ବିଜୟ କଣ ଗୋଟେ ଦଳ କରୁଛି ବିଜେଡି କରିବ ସେ ଦଳ ତିଆରି କରୁ ମୋର ପ୍ରତିବାଦ କରିବାର ନାହିଁ କିନ୍ତୁ ସେ ନିଜେ ଦଳ ତିଆରି କରୁ । ସେତବେଳେ ନବୀନ ଆସ୍କାରୁ ନିର୍ବାଚିତ ହୋଇଯାଇଛନ୍ତି । କିନ୍ତୁ ଓଡ଼ିଶାରେ ଯେତିକି ନେତା ଅଛନ୍ତି ତାଙ୍କୁ ନେଇକି ଦଳ କରୁ। ନବୀନ ଯଦି ଆସିବ ତାର ବେଶୀ କ୍ଷତି ହେବ। ପରେ ମୁଁ ତାଙ୍କ ସହ କଥା ହେଲି କହିଲି ଆପଣ ଯାହା କହିଥିଲେ ତାହା ହେଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande