
ଭୁବନେଶ୍ୱର, ୨୨ ଏପ୍ରିଲ (ହି.ସ)- ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ୧୧ଟାରୁ ୩ଟା ଜନଗଣନା ବନ୍ଦ ରହିବ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନ ଗଣନାରେ ନିୟୋଜିତ କର୍ମଚାରୀ ଅସୁସ୍ଥ ହୋଇଥିବା ଖବର ଆସିବା ପରେ ୧୧ରୁ ୩ଟା ଜନଗଣନା ସ୍ଥଗିତ ରଖିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଜନଗଣନା ଅଧିକାରୀଙ୍କ ସହ ବୈଠକ ପରେ ରାଜସ୍ୱ ମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ଜନଗଣନାକାରୀଙ୍କ ପ୍ରାଥମିକ ଆବଶ୍ୟକତା ମନିଟରିଂ କରିବେ । ଅପରାଧୀ ଏବଂ ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା