
ଭୁବନେଶ୍ୱର, ୨୨ ଏପ୍ରିଲ (ହି.ସ)- ପଂଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କରାଯାଇଛି। ଗତକାଲି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ବିଭାଗର କମିଶନର ତଥା ଶାସନ ସଚିବ ଗିରୀଶ ଏସ୍.ଏନ୍. ରାଜ୍ୟରେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ସ୍ଥିତି ଓ ଅଗ୍ରଗତି ସମୀକ୍ଷା କରିଥିଲେ । ବୈଠକରେ ଗ୍ରାମାଂଚଳରେ ନିର୍ମାଣାଧିନ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଏବଂ ବିଭିନ୍ନ ଜଳ ଯୋଗାଣ ପ୍ରକଳ୍ପର ସାମ୍ପ୍ରତିକ ସ୍ଥିତି ଏବଂ ସେଗୁଡ଼ିକର କାର୍ଯ୍ୟକାରିତା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ରାଜ୍ୟର ପ୍ରତିଟି ଗ୍ରାମୀଣ ପରିବାରକୁ ପାଇପ୍ ଯୋଗେ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାରଙ୍କ ଲକ୍ଷ୍ୟ ରହିଛି ଏବଂଏ ଦିଗରେ ହୋଇଥିବା ଅଗ୍ରଗତିକୁ ବିଭାଗୀୟ ସଚିବ ଅନୁଧ୍ୟାନ କରିବା ସହ ବାକି ରହିଥିବା କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବୈଠକରେ ସୂଚନା ଅନୁସାରେରାଜ୍ୟରେ ମେଗା ପାନୀୟ ଜଳ ପ୍ରକଳ୍ପ, ଏକକ ଗ୍ରାମ୍ୟ ପ୍ରକଳ୍ପ(ସିଙ୍ଗଲ୍ ଭିଲେଜ୍ ପ୍ରୋଜେକ୍ଟସ୍) ଏବଂସୌର ଶକ୍ତି ଚାଳିତ ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ଜଳ ଯୋଗାଣ କାର୍ଯ୍ୟ ଜାରି ରହିଛି। ରାଜ୍ୟରେ ୨୦୭ଟିମେଗାପାନୀୟଜଳପ୍ରକଳ୍ପକାର୍ଯ୍ୟକାରୀ ହେବାକୁ ଥିବା ବେଳେ ସେଥିରୁଅଦ୍ୟାବଧି ୩୦ଟିସଂପୂର୍ଣ୍ଣହୋଇଛିଏବଂ୫୫ଟିମେଗାପ୍ରକଳ୍ପ୯୦% ରୁଅଧିକସରିଛି।ଆଗାମୀ୨୦୨୭ ମାର୍ଚ୍ଚ ମାସ ସୁଦ୍ଧାସମସ୍ତମେଗା ପାନୀୟ ଜଳ ପ୍ରକଳ୍ପଶେଷହେବଏବଂଏହାଦ୍ୱାରାମୋଟ୩୨,୨୩୩ଟିଗ୍ରାମକୁପାନୀୟ ଜଳ ସୁବିଧାମିଳିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
୧୯,୦୧୭ ଏକକ ଗ୍ରାମ ପାନୀୟ ଜଳ ପ୍ରକଳ୍ପ ମଧ୍ୟରୁ ୧୮୪୧୧ ପ୍ରକଳ୍ପଏବଂ୮୫୯୯ ସୌରଚାଳିତ ପାଇପ୍ ଯୋଗାଣ ପାନୀୟ ଜଳ ପ୍ରକଳ୍ପ ମଧ୍ୟରୁ ୬୧୪୬ଟିପ୍ରକଳ୍ପ ସଂପୂର୍ଣ୍ଣ ହୋଇଛି ଏବଂ ଅବଶିଷ୍ଟ ପ୍ରକଳ୍ପ ଆଗାମୀ ଜୁନ୍ ୨୦୨୬ ସୁଦ୍ଧା ସରିବା ପାଇଁ ଲକ୍ଷ୍ୟ ରହିଛି । ଏସବୁର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି ଏବଂ ଅଳ୍ପ କେତେକ ସମସ୍ୟାର ସମାଧାନ ହେବାପରେ ପାନୀୟ ଜଳଯୋଗାଣ ସମ୍ଭବ ହେବ।ଗତ ୨ବର୍ଷ ମଧ୍ୟରେ ୨୮,୭୫୦ ଟି ନଳକୂପ ସ୍ଥାପନ କରାଯାଇଥିବା ନେଇ ବୈଠକରେ ସୂଚନା ଦିଆଯାଇଥିଲା ।
ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ସଂପୂର୍ଣ୍ଣ ପାଇଁ ରହୁଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ନିୟମିତ ତଦାରଖ ଓ ଯୋଗାଯୋଗ ରଖିବାକୁ ସଂପୃକ୍ତ ବିଭାଗୀୟ ଯନ୍ତ୍ରୀମାନଙ୍କୁ ବୈଠକରେ ସଚିବ ନିର୍ଦ୍ଦେଶଦେଇଛନ୍ତି ।ବୈଠକରେ ବିଭିନ୍ନ ବିଭାଗ ଯଥା ଗ୍ରାମ୍ୟ ଉନ୍ନୟନ, ଜଳ ସଂପଦ, ପୂର୍ତ, ଜଙ୍ଗଲ ,ପରିବେଶ ଓ ଜଳବାୟୁ ପରିବର୍ତନ, ଶକ୍ତି ବିଭାଗ ଏବଂ ଜାତୀୟ ରାଜପଥ କର୍ତୃପକ୍ଷ ସଂପର୍କିତ ବିଭିନ୍ନ ସମସ୍ୟା ଓ ସେସବୁର ସମାଧାନ ପାଇଁ ନିୟମିତ ଯୋଗାଯୋଗ ଓ ସମୀକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ପୂର୍ବକ ରହୁଥିବା ପ୍ରତିବନ୍ଧକଗୁଡ଼ିକୁ ଶୀଘ୍ର ଦୂର କରି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ଓ ସାରିବା ଉପରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା