
ଜୟପୁର, ୨୪ ଏପ୍ରିଲ୍ (ହି.ସ.) - ଜୟପୁର ପୌରପରିଷଦର ଡଙ୍ଗାଗୁଡ଼ା ଠାରେ ଆୟୋଜିତ ପବିତ୍ର ମା ମଙ୍ଗଳାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗଦେଇ ମାଙ୍କ ପବିତ୍ର ଚରଣରେ ଭକ୍ତିଭାବରେ ନତମସ୍ତକ ହୋଇ ଆଶୀର୍ବାଦ ଗ୍ରହଣ କରିଥିଲେ।
ଏହି ଶୁଭ ଓ ଆଧ୍ୟାତ୍ମିକ ଅବସରରେ ସ୍ଥାନୀୟ ଗ୍ରାମବାସୀ ଓ ଭକ୍ତମାନଙ୍କ ସହ ଆତ୍ମୀୟତାର ସହିତ ସାମିଲ ହୋଇ ଧାର୍ମିକ ଆସ୍ଥା, ପାରମ୍ପରିକ ମୂଲ୍ୟବୋଧ ଓ ସାମୁଦାୟିକ ଏକତାର ଉତ୍କୃଷ୍ଟ ପରିଚୟ ଦେଖିବାକୁ ମିଳିଥିଲା।
ମା ମଙ୍ଗଳାଙ୍କ ଅଶେଷ କୃପାରେ ସମଗ୍ର ଅଂଚଳରେ ସୁଖ, ଶାନ୍ତି, ସମୃଦ୍ଧି ଓ ମୈତ୍ରୀର ପରିବେଶ ନିରନ୍ତର ବିକଶିତ ହେଉ ଏହି ଆମର ଆନ୍ତରିକ ପ୍ରାର୍ଥନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି