
ବଲାଙ୍ଗିର 24 ଏପ୍ରିଲ ( ହି.ସ.) ବଳାଙ୍ଗିର ଜିଲ୍ଲା ଓ କଲାହାଣ୍ଡି ଜିଲାର ସୀମାନ୍ତରେ ଥିବା ଟିଟିଲାଗଡ଼ ବ୍ଲକ ତଥା ସିନ୍ଧେକେଲା ଥାନା ଅଧିନସ୍ଥ ନିମୁର୍ଲା ଗ୍ରାମର ଲୋକେ ବର୍ଷ ବର୍ଷ ଧରି ଦେଢ଼ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ର ଦୟନୀୟ ଅବସ୍ଥା ଯୋଗୁଁ ବହୁ ଦୁର୍ଦ୍ଦଶା ଭୋଗୁଥିଲେ । ଖଡ଼ିଆଳ- ଭବାନୀପାଟଣା ୧୬ ନଂ ରାଜ୍ୟ ରାଜପଥ ରୁ ନିମୁର୍ଲା ଗ୍ରାମକୁ ସଂଯୋଗ କରୁଥିବା ଦେଢ଼ କିଲୋମିଟର ରାସ୍ତା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଥିଲା ।ବାରମ୍ବାର ଜନପ୍ରତିନିଧି ଠାରୁ ଆରମ୍ଭ କରି ଅଧିକାରୀ ଙ୍କୁ ଜଣାଇଥିଲେ ମଧ୍ୟ କେହି ଦୃଷ୍ଟି ଦେଇନଥିଲେ।ବର୍ଷା ଦିନରେ ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ଗ୍ରାମବାସୀ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଗତ ନିର୍ବାଚନ ସମୟରେ ଗାଁ କୁ ପ୍ରଚାର କରିବାକୁ ଆସିଥିବା ବେଳେ ବର୍ତ୍ତମାନର ଟିଟିଲାଗଡ଼ ବିଧାୟକ ନବୀନ ଜୈନ ୨ ବର୍ଷ ମଧ୍ୟରେ ଦୁର୍ଦ୍ଦିନ ଅବସ୍ଥାରେ ପଡିରହିଥିବା ମୁଖ୍ୟ ରାସ୍ତାକୁ ପିଚୁ ରାସ୍ତାରେ ପରିଣତ କରିବେ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପୂର୍ବରୁ ଅନେକ ସମୟରେ ନେତା,ମନ୍ତ୍ରୀ ଙ୍କୁ ଜଣାଇଥିଲେ ମଧ୍ୟ ଲୋକଙ୍କ କଥା କେହି ଶୁଣିନଥିଲେ ।ବର୍ତ୍ତମାନ ଏହି ରାସ୍ତା ପିଚୁ ହେବା ପାଇଁ କାମ ଆରମ୍ଭ ହୋଇଛି। ରାସ୍ତା ପିଚୁ ହେବା ଜାଣିବା ପରେ ଗ୍ରାମବାସୀ ଉତ୍ସାହିତ ହେବା ସହିତ କଥା ଦେଇ କଥା ରଖିଥିବା ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଙ୍କୁ କୃତଜ୍ଞତା ପ୍ରଦାନ କରିଛନ୍ତି। ଗ୍ରାମର ଜିତୁ ବେହେରା,ପୂର୍ବତନ ଦିଗଶିରା ସରପଂଚ ଗୋଲୋକ ବିହାରୀ ସିଂ ଭୋଇ,ବିମ୍ବୋମାଲି ଚନ୍ଦନ,ରାଧାକାନ୍ତ ବେହେରା, ଚୂଡ଼ାମଣି ବେହେରା ,ଅଶ୍ୱିନ ଭାଟି, ଦୁଆନ ବେହେରା, ସଞ୍ଜୀବ ଭୋଇ, ମୁରଲୀ ଭୋଇ, ମଦନ ବେହେରା, ପ୍ରଶାନ୍ତ ବେହେରା,ଚିତ୍ରୁ ବନଛୋର, ବନ୍ଧୁବାନ୍ଧବ ବେହେରା, କୋଶଲେଶ ଭାଟି, ଘାସିରାମ ବନଛୋର ତଥା ସମସ୍ତ ଗ୍ରାମବାସୀ ସୀମାନ୍ତର ଗମନାଗମନ ସମସ୍ୟା କୁ ଗୁରୁତ୍ୱ ଦେଇ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେଇଥିବାରୁ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଙ୍କୁ ସାଧୁବାଦ ଜଣାଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ