ଓସିଏ ଆନ୍ତଃ ଜିଲ୍ଲା ମହିଳା କ୍ରିକେଟ
ଖୋର୍ଦ୍ଧା, ୨୪ ଏପ୍ରିଲ୍(ହି.ସ.) – ଓଡ଼ିଶା କ୍ରିକେଟ ଆସୋସିଏସନ୍ ଆନୁକୂଲ୍ୟରେ ଚାଲିଥିବା ଆନ୍ତଃ ଜିଲ୍ଲା ସିନିୟର୍ ମହିଳା ଟି -୨୦ କ୍ରିକେଟ ପ୍ରତିଯୋଗିତା ର ଖୋର୍ଦ୍ଧା ଜୋନ୍ ମ୍ୟାଚ୍ ଆଜି ସ୍ଥାନୀୟ ବିଜେବି ହାଇସ୍କୁଲ ମିନି ଷ୍ଟାଡିୟମ ଆରମ୍ଭ ହୋଇଅଛି। ପ୍ରାରମ୍ଭିକ ମ୍ୟାଚ୍ ରେ ବରଗଡ ଜିଲ୍ଲା ଦଳ କୋରାପ
Cricket


ଖୋର୍ଦ୍ଧା, ୨୪ ଏପ୍ରିଲ୍(ହି.ସ.) – ଓଡ଼ିଶା କ୍ରିକେଟ ଆସୋସିଏସନ୍ ଆନୁକୂଲ୍ୟରେ ଚାଲିଥିବା ଆନ୍ତଃ ଜିଲ୍ଲା ସିନିୟର୍ ମହିଳା ଟି -୨୦ କ୍ରିକେଟ ପ୍ରତିଯୋଗିତା ର ଖୋର୍ଦ୍ଧା ଜୋନ୍ ମ୍ୟାଚ୍ ଆଜି ସ୍ଥାନୀୟ ବିଜେବି ହାଇସ୍କୁଲ ମିନି ଷ୍ଟାଡିୟମ ଆରମ୍ଭ ହୋଇଅଛି। ପ୍ରାରମ୍ଭିକ ମ୍ୟାଚ୍ ରେ ବରଗଡ ଜିଲ୍ଲା ଦଳ କୋରାପୁଟ ଜିଲ୍ଲା ଦଳ କୁ ପରାସ୍ତ କରି ବିଜୟୀ ହୋଇଛି। ବରଗଡ ଦଳ ପ୍ରଥମେ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭର ରେ ୪ ୱିକେଟ୍ ହରାଇ ଏଞ୍ଜେଲ ରାଜଙ୍କ ୫୭ ରନ୍ ଓ ଲିପସା ରଥଙ୍କ ୨୯ ରନ୍ ସହାୟତାରେ ୧୪୫ ରନ୍ କରିଥିଲେ। ପ୍ରତ୍ୟୁତର ରେ କୋରାପୁଟ ଦଳ ୧୮.୫ ଓଭର ରେ ସମସ୍ତ ୱିକେଟ୍ ହରାଇ ମାତ୍ର ୮୧ ରନ୍ରେ ସୀମିତ ରହିଥିଲା। ଦଳ ତରଫରୁ ସୁଧୃତି ରାଉତ ୨୫ ରନ୍ କରିଥିବା ବେଳେ ବରଗଡ ପକ୍ଷରୁ ଦେବାଂଶି, ଲୁଇସା ଦାଶ ଓ ଶ୍ରେୟା ପରମାଣିକ ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ। ପ୍ରାରମ୍ଭରେ ଏହି ଜୋନାଲ ମ୍ୟାଚ୍ କୁ ଖୋର୍ଦ୍ଧା ପୌରପରିଷଦର ପୂର୍ବତନ ପୌରାଧ୍ୟକ୍ଷା ସଂଯୁକ୍ତା ସାହୁ ଏବଂ ଖୋର୍ଦ୍ଧା କ୍ରିକେଟ କ୍ଲବ୍ ର ପୂର୍ବତନ ଅଧିନାୟକ ଦେବୀ ଶଙ୍କର ପଣ୍ଡା ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆସୋସିଏସନ୍ର ସଭ୍ୟ ବିବେକାନନ୍ଦ ବୋଷ, ଚଣ୍ଡୀ ପ୍ରସାଦ ଆଚାର୍ଯ୍ୟ, ସୁଧୀର ସାହୁ, କାଜଲ ବଳିଆରସିଂ, ଅବ୍ୟକ୍ତ ହରିହର ଖାଡ଼ଙ୍ଗା, ବିରଂଚି ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ରହି ମ୍ୟାଚ୍କୁ ପରିଚାଳନା କରିଥିଲେ। ଏହି ଅବସରରେ ଖୋର୍ଦ୍ଧା ମହିଳା ଜିଲ୍ଲା ଦଳର ଦିବ୍ୟାନ୍ସି ପଣ୍ଡା ଓ ସୌମ୍ୟା ପାଟଶାଣୀ ଙ୍କୁ ଜିଲ୍ଲା ସଙ୍ଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅମ୍ପାୟର ରୂପେ ସତ୍ୟ ତ୍ରୀପାଠୀ, ରାଜେଶ ମହାପାତ୍ର ଓ ସ୍କୋରର ଭାବେ ବିଶାଲ ପରିଡ଼ା କାର୍ଯ୍ୟ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande