
ନୂଆଦିଲ୍ଲୀ, ୨୫ ଏପ୍ରିଲ୍(ହି.ସ.) – ନୀତି ଆୟୋଗର ନବ ନିଯୁକ୍ତ ଉପାଧ୍ୟକ୍ଷ ଅଶୋକ କୁମାର ଲାହିରୀ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।
ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ ବରିଷ୍ଠ ଅର୍ଥନୀତିଜ୍ଞ ଅଶୋକ ଲାହିରୀଙ୍କୁ ଶୁକ୍ରବାର ଦିନ ନୀତି ଆୟୋଗର ଉପାଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି। ତାଙ୍କ ନିଯୁକ୍ତି ସହିତ ଆୟୋଗର ପୂର୍ଣ୍ଣକାଳୀନ ସଦସ୍ୟଙ୍କ ଦଳ ମଧ୍ୟ ଘୋଷଣା କରାଯାଇଛି।
ଏହି ନୂତନ ଦଳରେ ରାଜୀବ ଗୌବା, ପ୍ରଫେସର କେ. ଭି. ରାଜୁ, ପ୍ରଫେସର ଗୋବର୍ଦ୍ଧନ ଦାସ, ପ୍ରଫେସର ଅଭୟ କରଣ୍ଡିକର ଏବଂ ଡକ୍ଟର ଏମ୍. ଶ୍ରୀନିବାସଙ୍କୁ ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ସାମିଲ କରାଯାଇଛି। ସମସ୍ତ ନିଯୁକ୍ତି ଦାୟିତ୍ୱ ଗ୍ରହଣ ତାରିଖ ଠାରୁ କାର୍ଯ୍ୟକାରୀ ହେବ ଏବଂ ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତର ରହିବ। ନୀତି ଆୟୋଗରେ ଏହି ନୂତନ ନିଯୁକ୍ତିର ଉଦ୍ଦେଶ୍ୟ ହେଉଛି ସରକାରଙ୍କ ନୀତି ନିର୍ଦ୍ଧାରଣ ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବା।
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି