ଆମେରିକା ଗଣତନ୍ତ୍ର ଉପରେ ହମ୍ଲା ନୂଆ ନୁହେଁ, ମତଭେଦକୁ ଶାନ୍ତିପୂର୍ବକ ସମାଧାନ କରିବାକୁ ଦେଶବାସୀ ନିଅନ୍ତୁ ସଂକଳ୍ପ- ଟ୍ରମ୍ପ
ୱାଶିଂଟନ, 26 ଏପ୍ରିଲ (ହି.ସ.)। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆମେରିକୀୟ ଗଣତନ୍ତ୍ର ଉପରେ ଆକ୍ରମଣ ନୂଆ କଥା ନୁହେଁ। ଏହା ପୂର୍ବରୁ ମଧ୍ୟ ଦେଶକୁ ରକ୍ତରଞ୍ଜିତ କରାଯାଇଛି। ସେ ଦେଶବାସୀଙ୍କୁ ପାରସ୍ପରିକ ମତଭେଦକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବାକୁ
ଆମେରିକା ଗଣତନ୍ତ୍ର ଉପରେ ହମ୍ଲା ନୂଆ ନୁହେଁ, ମତଭେଦକୁ     ଶାନ୍ତିପୂର୍ବକ ସମାଧାନ କରିବାକୁ ଦେଶବାସୀ ନିଅନ୍ତୁ ସଂକଳ୍ପ- ଟ୍ରମ୍ପ


ୱାଶିଂଟନ, 26 ଏପ୍ରିଲ (ହି.ସ.)। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ

ଆମେରିକୀୟ ଗଣତନ୍ତ୍ର ଉପରେ ଆକ୍ରମଣ ନୂଆ କଥା ନୁହେଁ। ଏହା ପୂର୍ବରୁ ମଧ୍ୟ ଦେଶକୁ ରକ୍ତରଞ୍ଜିତ

କରାଯାଇଛି। ସେ ଦେଶବାସୀଙ୍କୁ ପାରସ୍ପରିକ ମତଭେଦକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବାକୁ

ଆହ୍ୱାନ କରିଛନ୍ତି। ୱାଶିଂଟନ ଡିସିରେ ଶନିବାର ସନ୍ଧ୍ୟାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ

ଚାଲୁଥିବା ହ୍ୱାଇଟ୍ ହାଉସ୍ କରେସ୍ପୋଣ୍ଡେଣ୍ଟସ୍ ଡିନର ସମୟରେ କାର୍ଯ୍ୟକ୍ରମ ସ୍ଥଳର ବାହାରେ

ଘଟିଥିବା ଗୁଳିକାଣ୍ଡ ଘଟଣାରେ ସୁରକ୍ଷିତ ଥିବା ଟ୍ରମ୍ପ ଏହା ଉପରେ ଚିନ୍ତା ବ୍ୟକ୍ତ କରିଥିବା ସହ

ସଂଘୀୟ ଏଜେଣ୍ଟ ଓ ଆଇନ ପ୍ରବର୍ତ୍ତନ ଏଜେନ୍ସୀମାନଙ୍କୁ ପ୍ରଶଂସା କରିଥିଲେ।

ଫକ୍ସ ନ୍ୟୁଜ୍ ରିପୋର୍ଟ ଅନୁସାରେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଘଟଣା ପରେ ପ୍ରାୟ

30 ମିନିଟ୍ ପରେ ହ୍ୱାଇଟ୍ ହାଉସ୍ ବ୍ରିଫିଂ ରୁମରୁ ପ୍ରେସମିଟରେ କହିଛନ୍ତି ଯେ ବାର୍ଷିକ ଡିନର

ୱାଶିଂଟନ ହିଲ୍ଟନ୍ ହୋଟେଲର ବଲରୁମରେ ଆୟୋଜିତ ହୋଇଥିଲା। ଏହି ସମୟରେ ବିଭିନ୍ନ ପ୍ରକାର ଅସ୍ତ୍ର

ନେଇ ଜଣେ ବ୍ୟକ୍ତି ସୁରକ୍ଷା ବଳୟ ଦିଗରେ ଆଗକୁ ବଢିଥିଲେ । ଏଜେଣ୍ଟମାନେ ଓ ଅନ୍ୟ ସୁରକ୍ଷା

କର୍ମଚାରୀମାନେ ସନ୍ଦିଗ୍ଧକୁ ଆଗକୁ ବଢ଼ିବାରୁ ରୋକି ତାଙ୍କୁ ହେପାଜତକୁ ନେଇଥିଲେ। ସେ କହିଥିଲେ

ଯେ ସନ୍ଦିଗ୍ଧ ଜଣେ ଏଜେଣ୍ଟକୁ ଖୁବ ନିକଟରୁ ଗୁଳି ମାରିଥିଲେ, କିନ୍ତୁ ସେ ଅଧିକାରୀ ବୁଲେଟ୍ପ୍ରୁଫ୍ ଜାକେଟ୍

ପିନ୍ଧିଥିବାରୁ ବଡ଼ ଦୁର୍ଘଟଣା ଟଳିଯାଇଥିଲା। ଅଧିକାରୀ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି।

ହ୍ୱାଇଟ୍ ହାଉସ୍ ବ୍ରିଫିଂ ରୁମରେ ଟ୍ରମ୍ପଙ୍କ ସଂବାଦଦାତା ସମ୍ମେଳନରେ

ଯୋଗଦେବା ପାଇଁ ଅନେକ ସାମ୍ବାଦିକ ସିଧାସଳଖ ହିଲ୍ଟନ୍ ହୋଟେଲରୁ ପହଞ୍ଚିଥିଲେ। ସମ୍ମେଳନ ପୂର୍ବରୁ

ଟ୍ରମ୍ପ ସନ୍ଦିଗ୍ଧଙ୍କ ଛବି ଓ ଭିଡିଓ ‘ଟ୍ରୁଥ୍ ସୋସିଆଲ୍’ ରେ ପୋଷ୍ଟ କରିଥିଲେ। ଟ୍ରମ୍ପ ଏହି

ଘଟଣାକୁ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଉପରେ ସିଧାସଳଖ ଆକ୍ରମଣ ବୋଲି ବର୍ଣ୍ଣନା କରିଥିଲେ। ସେ

କହିଥିଲେ, “ଏହି କାର୍ଯ୍ୟକ୍ରମ

ଅଭିବ୍ୟକ୍ତିର ସ୍ୱାଧୀନତାକୁ ଉତ୍ସର୍ଗିତ ଥିଲା। ଏହାର ଉଦ୍ଦେଶ୍ୟ ଦୁଇଟି ଦଳର ସଦସ୍ୟ ଓ ପ୍ରେସ୍

ସଦସ୍ୟମାନଙ୍କୁ ଏକାଠି କରିବା ଥିଲା।”

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande